Indus Valley Times

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ ଯୋଜନା

 Breaking News

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ ଯୋଜନା

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ ଯୋଜନା
September 23
20:40 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ରଣପୁର ,୨୩/୯ : ଯୋଜନା ଉପରେ ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ କଲ୍ୟାଣ ପାଇଁ ଆବାସ ଯୋଜନା ପ୍ରଣୟନ କରି ପକା ବାସ୍ ଗୃହ ଯୋଗାଇ ଦେବା ପାଇଁ ଅଣ୍ଟା ଭିଡିଥିଲେ ମଧ୍ୟ ରଣପୁର ବ୍ଲକ୍ ରେ ଅନେକ ପ୍ରକୃତ ହିତାଧୀକାରୀ ବାଦ ପଡ଼ିବାର ସାମ୍ନାକୁ ଆସୁଛି।
ଏହାର ଏକ ଜ୍ୱଳନ୍ତ ଉଦାହରଣ ରାହିପଡ଼ା ଗ୍ରାମ ପଞ୍ଚାୟତ ନୂଆ ସାହିର ଅକ୍ଷୟ ଭଟ୍ ଏବଂ ତାଙ୍କ ଧର୍ମ ପତ୍ନୀ ପ୍ରମିଳା ଭଟ ,,ବର୍ତ୍ତମାନ ପରିସ୍ଥିତି ରେ ଯୋଗ୍ୟ ହିତାଧୀକାରୀ ହୋଇଥିଲେ ମଧ୍ୟ ଆବାସ ଯୋଜନା ଟିଏ ପାଇ ପାରୁନାହାନ୍ତି।
ପରିବାରର ସଦସ୍ୟ କହିଲେ ସାତ ପ୍ରାଣୀ କୁଟୁମ୍ବ ,ସେଥିରୁ ବଡ କଷ୍ଟରେ ଧାର ଉଧାର କରି ବଡ ଝିଅକୁ ବିବାହ କରିଛନ୍ତି ,,,, ଅକ୍ଷୟ ଭଟ ଦାଦନ ଖଟି ପରିବାର ଗୁଜୁରାଣ ମେଣ୍ଟାଉଥିଲେ ହେଲେ ବର୍ତ୍ତମାନ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ରୋଜଗାର କରିବାକୁ ଅକ୍ଷମ ହୋଇପଡ଼ିଛନ୍ତି ।
ଏବେ ତାଙ୍କ ଧର୍ମ ପତ୍ନୀଙ୍କ ମୁଣ୍ଡରେ ପରିବାର ଚଳାଇବା ର ବୋଝ ବଡ କଷ୍ଟସାଧ୍ୟ ହେଉଛି ତେବେ ପିଲାଙ୍କୁ ପାଠ ପଢ଼ାଇବା ତ ଦୂରର କଥା ପ୍ରତିଦିନ ଦି ଓଳୀ ଦି ମୁଠା ପେଟ ପାଇଁ ଦାନା ଯୋଗାଡ଼ କରିବା କଷ୍ଟ ମୟ ହୋଇପଡିଛି ।
ବାସଗୃହ କଥା କହିଲେ ଭଙ୍ଗା ଦଦରା ଘର ଉପରେ ପଲିଥିନ୍ ପକାଇ ରହୁଛନ୍ତି । ଗୃହର କାନ୍ଥ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବାରୁ ପରିବାର ର ସଦସ୍ୟଙ୍କ ପାଇଁ ବିପଦ ଘେରି ରହିଛି।
ଏଥି ପ୍ରତି ପ୍ରଶାସନିକ ଅଧିକାରୀ ମାନେ ତଦନ୍ତ ପ୍ରକ୍ରିୟା କୁ ଦୃଷ୍ଟି ଦେଇ ଅକ୍ଷୟ ଭଟ୍ ଙ୍କ ପରିବାର ରେ ଖୁସି ଆଣିବାକୁ ଅନୁରୋଧ। ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଅକ୍ଷୟ ଭଟ ଙ୍କୁ ପକାଘର ଖଣ୍ଡେ ଯୋଗାଇ ଦେବାପାଇଁ ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସମ୍ପାଦକ ତାପସ ରଞ୍ଜନ ମାର୍ଥା ପ୍ରଶାସନକୁ ଦାବି ଜଣାଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031