Indus Valley Times

ରକ୍ତଦାନ ଶିବିର କୁ ଉଦ୍ଘାଟନ କଲେ ଦଶପଲ୍ଲା ବିଧାୟକ

 Breaking News

ରକ୍ତଦାନ ଶିବିର କୁ ଉଦ୍ଘାଟନ କଲେ ଦଶପଲ୍ଲା ବିଧାୟକ

November 15
21:20 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ଦଶପଲ୍ଲା,୧୫/୧୦: ନୟାଗଡ ଜିଲ୍ଲା ଦଶପଲ୍ଲା ଏନ୍ ଏ ସି ଅନ୍ତର୍ଗତ ବାର ପୁରିକିଆ ଠାରେ ନେହେରୁ ଯୁବ ସଂଘ ର ଜନ୍ମଦିନ ପାଳନ ଅବସରରେ ସଂଘ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ରକ୍ତଦାନ ଶିବିର କୁ ଉଦ୍ଘାଟନ କରିବା ସହ କରୋନା ମହାମାରୀ ସମୟରେ ରକ୍ତର ଅଭାବ ଦୂରୀକରଣ ପାଇଁ ଏଭଳି ଶିବିର ଗୁରୁତ୍ବ ପୂର୍ଣ୍ଣ ବୋଲି କହିଥିଲେ।ତତ୍ ସହିତ ଏଭଳି କାର‌୍ୟ୍ୟକ୍ରମ କରିଥିବାରୁ ସଂଘ ର କର୍ମକର୍ତ୍ତା ମାନଙ୍କୁ ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ଧନ୍ୟବାଦ୍ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ।ନୟାଗଡ ଜିଲ୍ଲା ରେଡକ୍ରସ ଟିମ୍ ର ଡ଼ା.ସୁଭଲକ୍ଷ୍ମି ସେଠୀ, କାଉନସିଲର ଅଜୟ ପଟ୍ଟନାୟକ ପ୍ରମୁଖ ୩୮ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ।ଯୁବ ସଂଘ ର ସଭାପତି ପ୍ରଭାତ ସାହୁ,ସମ୍ପାଦକ ମଳୟ ରଞ୍ଜନ ସାହୁ,କମିଟିର ପରାମର୍ଶ ଦାତା ଅନ୍ତର‌୍ୟ୍ୟାମୀ ଘଡେଇ,ଅକ୍ଷୟ କୁମାର ରାଉତରାୟ,ବିଜୟ କୁମାର ଘଡେଇ, ଏବଂ ପୂର୍ବତନ କାଉନସିଲର ଅନିଲ କୁମାର ରାୟ ଙ୍କ ସମେତ ସମସ୍ତ ସଦସ୍ୟ ରକ୍ତଦାନ ଶିବିର କୁ ସୁଚାର ରୂପେ ପରିଚାଳନା କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031