Indus Valley Times

ରତ୍ନାକର ବେହେରା ହେଲେ ବୌଦ୍ଧଜିଲ୍ଲା ସାମ୍ବାଦିକ ସଂଘର ସଭାପତି

 Breaking News

ରତ୍ନାକର ବେହେରା ହେଲେ ବୌଦ୍ଧଜିଲ୍ଲା ସାମ୍ବାଦିକ ସଂଘର ସଭାପତି

December 27
21:14 2020

କମ୍ଭଧର କ୍ଷେତୀଙ୍କ ରିପୋର୍ଟ

 ବୌଦ୍ଧ,୨୭/୧୨: ବୌଦ୍ଧଜିଲ୍ଲା ସାମ୍ବାଦିକ ସଂଘର ଏକ ବୈଠକ ରବିବାର ଦିନ ଗିରାସିଙ୍ଗାସ୍ଥିତ ଜଗନ୍ନାଥ ବନ ପ୍ରକଳ୍ପରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଂଘର ସଭାପତି ଆଦିତ୍ୟଶ୍ୱର ମିଶ୍ର ସଭାପତିତ୍ୱ କରିଥିଲେ । ସଂପାଦକ ଶଶାଙ୍କ ଶେଖର ମିଶ୍ର ବୈଠକ ସଂପର୍କରେ ଆଲୋକପାତ କରିଥିଲେ । ବୈଠକରେ ସଂଘର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ଉପରେ ଆଲୋଚନା ହୋଇଥିଲା । ପରେ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କର୍ମକର୍ତ୍ତା ନିର୍ବାଚନରେ ବରିଷ୍ଠ ସାମ୍ବାଦିକ ରତ୍ନାକର ବେହେରା ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତି ସମୟରେ ନବ ନିର୍ବାଚିତ ସଭାପତିଙ୍କ ଦ୍ୱାରା ସଂଘର ଅନ୍ୟ କର୍ମକର୍ତ୍ତାଙ୍କ ନାମ ଚୟନ କରାଯିବ ବୋଲି ଘୋଷଣା କରାଯାଇଥିଲା । ନିର୍ବାଚନ ଅଧିକାରୀ ଭାବରେ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ରାଉତ ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ସୈାମୀତ୍ରୀ ନାୟକ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ । ଏହି ବୈଠକରେ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । 

ଅଟୋ ଦୁର୍ଘଟଣା ଜଣେ ଗୁରୁତର ଆହତ

କମ୍ଭଧର କ୍ଷେତୀଙ୍କ ରିପୋର୍ଟ

ବୌଦ୍ଧ,୨୭/୧୨: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ    ବୌଦ୍ଧ – ଧଳପୁର  ଜଗନ୍ନାଥ ସଡକର ସରସରା ପଞ୍ଚାୟତ କାଲେଶ୍ବର୍ ଗ୍ରାମ ନିକଟରେ ରବିବାର ଅପରାହ୍ନରେ ଗୋଟିଏ ଡାଲା ଅଟୋ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଗୁରୁତର ଆହତ ହେବା ସହିତ ଅନ୍ୟ ଜଣେ ମଧ୍ୟ ଆହତ ହୋଇଥିବା ଜଣା ପଡିଛି କ୍ଷ

ମିଳିଥିବା ସୂଚନା ଅନୁଯାୟୀ,  ବଙ୍କାପଡା ଗ୍ରାମ ନିକଟ ମହାନଦୀ କୂଳରେ ଥିବା ଆମ୍ବବୁରୀ ନିକଟକୁ ବୁଟୁପାଲିର କିଛି ଯୁବକ ଭୋଜି କରିବାକୁ ଯାଇଥିଲେ କ୍ଷ ଭୋଜି ସାରି ଗ୍ୟାସ୍ ସିଲିଣ୍ଡର ଓ ଅନ୍ୟାନ୍ୟ ଭୋଜି ପ୍ରସ୍ତୁତି ଉପକରଣ ବୋଝେଇ କରି ଗୋଟିଏ ଡାଲା ଅଟୋ ଫେରୁଥିବା ବେଳେ କାଲେଶ୍ବର୍ ନିକଟରେ ଅଟୋ ଟି  ଭାରସାମ୍ୟ ହରାଇ ଓଲଟି ପଡିଥିଲା କ୍ଷ ଫଳରେ ଅଟୋ ଚାଳକ ମୋହନ ମେହେର ଗୁରୁତର ଆହତ ହୋଇଥିବା ବେଳେ ଅଟୋରେ ବସିଥିବା ଅନ୍ୟ ଜଣେ ମଧ୍ୟ ଆହତ ହୋଇଥିଲେ ଜ୍ଝ ସେମାନଙ୍କୁ ଉଦ୍ଧାର କରି ଗୋଟିଏ ବାଇକ ଯୋଗେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଇ ଜଣାପଡିଛି  କ୍ଷ

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031