Legatus

ରବିବାର ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ, ଗସ୍ତ ସୂଚୀ ଜାରି

 Breaking News

ରବିବାର ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ, ଗସ୍ତ ସୂଚୀ ଜାରି

ରବିବାର ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ, ଗସ୍ତ ସୂଚୀ ଜାରି
May 06
16:25 2023

ଭୁବନେଶ୍ବର,୬/୫: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର ଲାଗି ଝାରସୁଗୁଡ଼ା ଗସ୍ତରେ ଯିବେ। ସେ ସାଢେ ୪ଟାରେ ଝାରସୁଗୁଡ଼ାରେ ଆୟୋଜିତ ସଭାରେ ଯୋଗ ଦେବେ। ସେ ସଭାସ୍ଥଳରୁ ବାହାରି ସନ୍ଧ୍ୟା ୫ ଟା ୫୦ ରେ ଭୁବନେଶ୍ଵର ଫେରିବେ ବୋଲି ଜଣାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଯିବେ ବୋଲି ଚର୍ଚ୍ଚା ହେଉଥିଲା, ଯାହା ଆଜି ସ୍ପଷ୍ଟ ହୋଇଛି।
ସୂଚନାଯୋଗ୍ୟ, ଆସନ୍ତା ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ ହେବ। ଏଥର ସେଠାରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ଟକ୍କର ହେଉଛି। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବ୍ୟତୀତ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ମଇଦାନରେ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31