Indus Valley Times

ରାଜଧାନୀରୁ ଜବତ ହେଲା ପୁଳା ପୁଳା ଜାଲ୍ ନୋଟ୍, ୨ ଜଣଙ୍କୁ ଗିରଫ କଲା ପୋଲିସ

 Breaking News

ରାଜଧାନୀରୁ ଜବତ ହେଲା ପୁଳା ପୁଳା ଜାଲ୍ ନୋଟ୍, ୨ ଜଣଙ୍କୁ ଗିରଫ କଲା ପୋଲିସ

ରାଜଧାନୀରୁ ଜବତ ହେଲା ପୁଳା ପୁଳା ଜାଲ୍ ନୋଟ୍, ୨ ଜଣଙ୍କୁ ଗିରଫ କଲା ପୋଲିସ
March 02
14:18 2022

ଭୁବନେଶ୍ୱର,୨/୩: ଲୋଭ ହେଲା କାଳ। କୋଚିଂ ସେଣ୍ଟର କରି ପରିବାର ଚଳାଉଥିବା ବ୍ୟକ୍ତି ଅଧିକ ଟଙ୍କା ଉପାର୍ଜନ ଆଶାରେ ଜାଲ ନୋଟ କଲେ।
ଏପରିକି ୨ଶହ ଟଙ୍କିଆ ବଣ୍ଡଲ କରି ଲୋକଙ୍କୁ ଠକୁଥିବା ବେଳେ ଆଗକୁ ୫ ଶହ ଟଙ୍କିଆ ନୋଟ ବି କରିବାକୁ ପ୍ରସ୍ତୁତ କରିଥିଲେ ବ୍ଲୁ ପ୍ରିଣ୍ଟ। ହେଲେ ଏହା ପୂର୍ବରୁ ମାଡ଼ି ବସିଛି ପୁଲିସ୍।
ପୁଲିସ୍ ଜାଲ ନୋଟ କାରବାର ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନେ ହେଲେ ଗଞ୍ଜାମ ଜିଲ୍ଲାର ସତ୍ୟ ନାରାୟଣ ପୃଷ୍ଟି ଓ ଭୋଲା ପ୍ରଧାନ ।
ସତ୍ୟ ନାରାୟଣ କୋଚିଂ ସେଣ୍ଟର କରି ଚଳୁଥିବା ବେଳେ ଚାକିରି ନାଁରେ ଯୁବକଯୁବତୀଙ୍କୁ ଠକୁଥିଲେ। ସେ ୨୦୨୦ ମସିହାରୁ ଏହି କାମ କରି ଆସୁଥିବା ବେଳେ ଧରା ପଡ଼ି ନ ଥିଲେ।
ହେଲେ କିଛି ଦିନ ପୂର୍ବେ ସେ ଭୁଲା ପ୍ରଧାନ ନାମକ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ। ଭୁଲା ଆନ୍ଧ୍ରପ୍ରଦେଶରେ ରହି ଜାଲ ନୋଟ କରିବା କିଛି କିଛି ଶିଖିଥିଲା। ଏହାପରେ ୟୁଟ୍ୟୁବ, ଗୁଗଲରୁ ଆହୁରି ଅଧିକ ଶିଖିଥିଲା।
ଏହାପରେ ଉଭୟ ସତ୍ୟ ନାରାୟଣ ଓ ଭୁଲା ଜାଲ ନୋଟ କାରବାର କରିବାକୁ ଜାଲ ବିଛାଇଲେ। ସେମାନେ ପ୍ରିଣ୍ଟର, କଲର, ପେପର ଆଜି ସରଞ୍ଜାମ କିଣି ଜାଲ ନୋଟ ଛାପିଲେ।
ପ୍ରଥମେ ୨ ଶହ ଟଙ୍କିଆ ନୋଟ ଛାପୁଥିବା ବେଳେ କିଛି ଦିନ ପରେ ୫ ଶହ ଓ ୨ ହଜାର ଟଙ୍କିଆ ନୋଟ ଛାପିବାକୁ ଯୋଜନା କରିଥିଲେ। ହେଲେ ଏହା ପୂର୍ବରୁ ଉଭୟ କମିଶନରେଟ ପୁଲିସ୍ ହାତରେ ଧରା ପଡ଼ିଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031