Legatus

ରାଜଧାନୀରୁ ୧ କୋଟିର ବ୍ରାଉନସୁଗାର ଜବତ, ସରକାରୀ କ୍ୱାର୍ଟରରେ ଥିଲା ଏହି ଧଳାଜହର

 Breaking News

ରାଜଧାନୀରୁ ୧ କୋଟିର ବ୍ରାଉନସୁଗାର ଜବତ, ସରକାରୀ କ୍ୱାର୍ଟରରେ ଥିଲା ଏହି ଧଳାଜହର

ରାଜଧାନୀରୁ ୧ କୋଟିର ବ୍ରାଉନସୁଗାର ଜବତ, ସରକାରୀ କ୍ୱାର୍ଟରରେ ଥିଲା ଏହି ଧଳାଜହର
May 21
17:10 2023

ଭୁବନେଶ୍ୱର,୨୧/୫: ରାଜଧାନୀର ୟୁନିଟ ୮ରେ ଥିବା ଏକ ଘରୁ ଏସଟିଏଫ୍ ୧ କେଜି ୧ ଶହ ୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିବାର ସୂଚନା ମିଳିଛି। ଘଟଣାସ୍ଥଳରୁ ଜଣେ ଡ୍ରଗ୍ ମାଫିଆକୁ ବି ଧରିବାରେ ସଫଳ ହୋଇଛି ଏସଟିଏଫ୍।
ସୂଚନା ଅନୁଯାୟୀ, ରାଜଧାନୀର ୟୁନିଟ ୮ରେ ଥିବା ଏକ ଘରେ ବ୍ରାଉନସୁଗାର ଡିଲ୍ ଚାଲିଥିବା ବେଳେ କମିଶନରେଟ ପୁଲିସ ସହାୟତରେ ଏସଟିଏଫ୍ ଟିମ୍ ଚଢାଉ କରିଥିଲେ। ସେଠାରୁ ୧ କେଜି ୧ ଶହ ୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୧୦ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି। ଏହି ମାମଲାରେ ଏସଟିଏଫ୍ ଟିମ୍ ବେପାରୀ ଚିତ୍ତରଞ୍ଜନ ସାହୁକୁ ଗିରଫ କରିଥିଲା। ତାକୁ କୋର୍ଟଚାଲାଣ କରାଯାଇଛି।
ଚିତ୍ତରଞ୍ଜନର ଘର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କଳଙ୍ଗା ଗାଁରେ ବୋଲି ଜଣାଯାଇଛି।ସେ ଭୁବନେଶ୍ବରରେ କାରବାର କରିଚାଲିଥିଲା । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଟିମ୍ ଚଢ଼ାଉ କରିଥିଲା।
ନିଶା ବେପାର ବିରୋଧରେ ଜାରି ରହିଛି ସ୍ପେଶାଲ ଡ୍ରାଇଭ । ଏସଟିଏଫ୍ ଟିମ୍ ୨୦୨୦ରୁ ଏଯାଏ ୬୯ କେଜି ବ୍ରାଉନସୁଗାର ଜବତ କରିଥିବା ଜଣାଯାଇଛି। ଏହାଛଡ଼ା୨୦୨ ଗ୍ରାମ କୋକେନ ଓ ୧୧୩ କ୍ବିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ ହୋଇଛି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930