Indus Valley Times

ରାଜଧାନୀରେ ଆଉ ଜଣେ ଅର୍ଚ୍ଚନା, ମାୟାଜାଲରେ ଫସାଇ କରିଦେଉଥିଲା କାଙ୍ଗାଳ

 Breaking News

ରାଜଧାନୀରେ ଆଉ ଜଣେ ଅର୍ଚ୍ଚନା, ମାୟାଜାଲରେ ଫସାଇ କରିଦେଉଥିଲା କାଙ୍ଗାଳ

ରାଜଧାନୀରେ ଆଉ ଜଣେ ଅର୍ଚ୍ଚନା, ମାୟାଜାଲରେ ଫସାଇ କରିଦେଉଥିଲା କାଙ୍ଗାଳ
November 13
16:24 2022

ଭୁବନେଶ୍ୱର,୧୩/୧୧: ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ପୁଲିସ୍ ହାତରେ ପଡ଼ିଛନ୍ତି ଆଉ ଜଣେ ଲେଡି ବ୍ଲାକମେଲର। ତାଙ୍କ ନାଁ ପ୍ରୀତି ଦେଶାଇ। ତାଙ୍କ ଘର କର୍ଣ୍ଣାଟକାରେ। ଶନିବାର ତାଙ୍କୁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ଗିରଫ କରିଛି ରାଜସ୍ଥାନ ପୁଲିସ୍। ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ସହାୟତାରେ ରାଜସ୍ଥାନ ପୁଲି ତାଙ୍କୁ ଗିରଫ କରି ନେଇଯାଇଛି।
ପ୍ରୀତି ଦେଶାଇଙ୍କ ନାଁରେ ଭିନ୍ନ ଭିନ୍ନ ରାଜ୍ୟରେ ୩ଟି ମାମଲା ଥିବା ଜଣାପଡ଼ିଛି। ସବୁ ଗୁଡ଼ିକ ବ୍ଲାକମେଲିଂକୁ ନେଇ। ଅର୍ଥ ଉପାର୍ଜନ ପାଇଁ ସେ ଏହାକୁ କରି ନେଇଥିଲେ ମାଧ୍ୟମ। ତାଙ୍କ ଟାର୍ଗେଟରେ ଥିଲେ ଧନୀ ବ୍ୟବସାୟୀ। ସେ ସୋଶାଲ ମିଡିଆରେ ଧନୀ ବ୍ୟବସାୟୀଙ୍କ ସହିତ ବନ୍ଧୁତା କରୁଥିଲେ। ବେଶ୍ ଘନିଷ୍ଠ ହେବା ପରେ ପ୍ରେମ ନିବେଦନ କରୁଥିଲେ। ତା’ପରେ ବିବାହ କରୁଥିଲେ। ତେବେ ତାଙ୍କ ବିବାହ ପଛରେ ଥାଏ ଛଳନା। ସେ କେବଳ ଟଙ୍କା ଆଦାୟ କରିବା ପାଇଁ ବିବାହ କରୁଥିଲେ। ବିବାହ ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉଠାଇ ତଥା ବିବାହ ପୂର୍ବରୁ ଭିଡିଓ କଲ୍ ବେଳେ ରଖିଥିବା ଫଟୋ ଆଦିକୁ ଭାଇରାଲ କରି ଦେବାର ଧମକ ଦେଇ ସେ ପତିମାନଙ୍କୁ କରୁଥିଲେ ବ୍ଲାକମେଲିଂ। ସେ ଦୁଷ୍କର୍ମ ମାମଲାରେ ଫସାଇ ଦେବେ ବୋଲି ମଧ୍ୟ ଧମକ ଦେଉଥିଲେ।
କର୍ଣ୍ଣାଟକାରେ ତାଙ୍କର ଏଭଳି ବ୍ଲାକମେଲିଂରେ ଅତିଷ୍ଠ ହୋଇ ଜଣେ ବ୍ୟବସାୟୀ ଆତ୍ମହତ୍ୟା କରି ଦେଇଥିଲେ। ସେଠାରେ ଏହି କାଣ୍ଡ କରିବା ପରେ ପ୍ରୀତି ରାଜସ୍ଥାନର ଭରତପୁର ଜିଲ୍ଲାର ଜଣେ କପଡ଼ା ବ୍ୟବସାୟୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲେ। ତାଙ୍କ ଠାରୁ ଟଙ୍କା ଚଳୁ କରି ସେ ଫେରାର ହୋଇଯାଇଥିଲେ।
ରାଜସ୍ଥାନର ଉକ୍ତ ବ୍ୟବସାୟୀ ଜଣଙ୍କ ୨୦୧୯ରୁ ପ୍ରୀତି ଦେଶାଇଙ୍କୁ ଖୋଜୁଥିଲେ। ପରେ ସେ ଜାଣିବାକୁ ପାଇଲେ ଯେ ପ୍ରୀତି ଭୁବନେଶ୍ୱରରେ ଅଛନ୍ତି। ଏଠାରେ ବି ସେ ଜଣେ ବ୍ୟବସାୟୀଙ୍କୁ ଫସାଇ ତାଙ୍କ ସହିତ ରହୁଥିବା ସେ ଜାଣିବାକୁ ପାଇଥିଲେ। ପୂରା ନିଶ୍ଚିତ ହେବା ପରେ ସେ ରାଜସ୍ଥାନର ଭରତପୁର ଜିଲ୍ଲାର କୋଟବାଲି ଥାନାରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ରାଜସ୍ଥାନ ପୁଲିସ୍ର ଏକ ଟିମ୍ ଆସି ଭୁବନେଶ୍ୱରରେ ଦୁଇ ଦିନ ଡେରା ପକାଇଥିଲା। ଗତକାଲି ଚନ୍ଦ୍ରଶେଖର ଥାନା ପୁଲିସ୍ ସହାୟତାରେ ସେମାନେ ପ୍ରୀତିଙ୍କୁ ଗିରଫ କରିଥିଲେ।
୪୨ ବର୍ଷୀୟା ପ୍ରୀତି ଏମିତି ଆଉ କେତେ ବ୍ୟବସାୟୀ ବା ଧନୀ ଲୋକଙ୍କୁ ଫସାଇ ବ୍ଲାକମେଲିଂ କରିଛନ୍ତି, ସେ ନେଇ ପୁଲିସ୍ର ତଦନ୍ତ ଜାରି ରହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031