Indus Valley Times

ରାଜଧାନୀରେ ଡେଙ୍ଗୁ ସ୍ଥିତି ଅଣାୟତ

 Breaking News

ରାଜଧାନୀରେ ଡେଙ୍ଗୁ ସ୍ଥିତି ଅଣାୟତ

September 15
12:23 2022

ଭୁବନେଶ୍ୱର ୧୫/୯: ରାଜଧାନୀ ଭୁବନେଶ୍ୱରରେ ଅଣାୟତ ହେଲାଣି ଡେଙ୍ଗୁ ସ୍ଥିତି । ପ୍ରତକ ଦିନ ହୁ ହୁ ହୋଇ ବଢ଼ୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଖୋଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ ହଜାର ପାର୍ କରିସାରିଲାଣି ।
ଗତକାଲି ସୁଦ୍ଧା ଜିଲ୍ଲାରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୪୧ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୩୯ଜଣ ଡେଙ୍ଗୁ ରୋଗୀ । ସେଥିମଧ୍ୟରୁ ଭୁବନେଶ୍ୱରରୁ ୧୩୫ ଓ ଉପକଣ୍ଠରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୯୨୬କୁ ବୃଦ୍ଧି ପାଇଛି ।
ଏଭଳି ସ୍ଥଳରେ ଡେଙ୍ଗୁକୁ ନେଇ ରାଜଧାନୀ ବାସୀଙ୍କ ଭିତରେ ଆତଙ୍କ ଦେଖାଦେଇଛି । ଡେଙ୍ଗୁୂକୁ ରୋକିବା ଦିଗରେ ବିଏ୍‌ସି କୌଣସି ଖାସ୍ ପଦକ୍ଷେପ ନେଉ ନାହିଁ । ଡେଙ୍ଗୁ ମଶା ନିୟନ୍ତ୍ରଣ ପାଇଁ ନା ବୁଲୁଛି ଟିଫା ମେସିନ୍ । ନା ପଡ଼ୁଛି ମଶା ତେଲ । ଖାଲି ଡ୍ରାଏ ଡେ’ରେ ସୀମିତ ରହି ଯାଇିଛି ବିଏମ୍ସି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031