Indus Valley Times

ରାଜଧାନୀ ଆକାଶରେ ଜଲୱା ଦେଖାଇଲେ ବାୟୁ ବୀର: ୫୦ହଜାର ଲୋକ ଦେଖିଲେ ‘ସୁର୍ଯ୍ୟକିରଣ’ ସୋ

 Breaking News

September 16
19:58 2022

ଭୁବନେଶ୍ୱର,୧୬/୯: ଭୁବନେଶ୍ୱର ଆକାଶରେ ନିଜ ଜଲୱା ଦେଖାଇଲା ‘ସୂର‌୍ୟ୍ୟକିରଣ’ ଟିମ୍। ବାୟୁ ବୀରଙ୍କ ସାମର୍ଥ୍ୟ ଦେଖି ତାଜୁବ ହେଲେ ଓଡ଼ିଶାବାସୀ । ଏଥିନିମନ୍ତେ ଆଜି ସକାଳୁ ଚଳଚଞ୍ଚଳ ହୋଇଉଠିଥିଲା ଭୁବନେଶ୍ୱରର କୂଆଖାଇ ପଠାସ୍ଥିତ ବାଲିଯାତ୍ରା ପଡିଆ।
ପୂର୍ବାହ୍ନ ୧୦ଟା ପରେ ରାଜଧାନୀ ଆକାଶରେ ଦେଖିବାକୁ ମିଳିଥିଲା ବାୟୁସେନାର ଚିତ୍ତାକର୍ଷକ ଶୋ’ । ୯ଟି ହକ୍ ବିମାନରେ ଭଳିକି ଭଳି ଦୁଃସାହସିକ କ୍ରୀଡ଼ା କୌଶଳ ଦେଖାଇଲେ ବାୟୁ ବୀର। ଆକାଶ ମାର୍ଗରେ ସାହସିକ ପ୍ରଦର୍ଶନ ଦେଖାଇଛି ଏରୋବେଟିକ୍ ଟିମ୍ । ଏକାସାଙ୍ଗରେ ଆକାଶରେ ଉଡ଼ିଥିଲା ୯ଟି ହକ୍ ଲଢୁଆ ବିମାନ। ରାଜଧାନୀ ଆକାଶରେ ଶୁଭୁଥିଲା ଲଢ଼ୁଆ ବିମାନର ଗର୍ଜନ। ଏଥିପାଇଁ ବାୟୁସେନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ରାଜ୍ୟପାଳ ଗଣେଶ ଲାଲ ବାୟୁସେନାର ଏହି ଚିତ୍ତାକର୍ଷକ ଶୋ’ ଦେଖିବାକୁ କୁଆଖାଇ ବାଲିଯାତ୍ରା ପଡ଼ିଆରେ ଉପସ୍ଥିତ ଥିଲେ। ତେବେ ଏହି କାର‌୍ୟ୍ୟକ୍ରମ ଦେଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିବାର କାର‌୍ୟ୍ୟକ୍ରମ ଥିବା ବେଳେ ସେ କିନ୍ତୁ ଆସି ନ ଥିବା ଜଣାଯାଇଛି।
ଏହି ଶୋ’ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ହୋଇଥିବା ବେଳେ କୁଆଖାଇ ନଦୀପଠା ବାଲିଯାତ୍ରା ପଡିଆ ଓ ଆଖପାଖରେ ପ୍ରାୟ ୫୦ ହଜାର ଲୋକଙ୍କ ଗହଳି ଜମିଥିଲା। ଏୟାର ଶୋ’ ପାଇଁ କୁଆଖାଇ ନଦୀର ଉଭୟ ପାର୍ଶ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଓଡ୍ରାଫ୍ ଟିମ୍ ସହ ୪୫ ସେକ୍ସନ୍ ଫୋର୍ସ ମୁତୟନ ରହିଛନ୍ତି ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930