Indus Valley Times

ରାଜଧାନୀ ଦିଲ୍ଲୀରେ ଛାତିଥରା ଘଟଣା, ମାଇକ୍ରୋ ଓଭାନ୍ ଭିତରୁ ମିଲିଲା ଦୁଇ ମାସ ଶିଶୁର ମୃତଦେହ

 Breaking News

ରାଜଧାନୀ ଦିଲ୍ଲୀରେ ଛାତିଥରା ଘଟଣା, ମାଇକ୍ରୋ ଓଭାନ୍ ଭିତରୁ ମିଲିଲା ଦୁଇ ମାସ ଶିଶୁର ମୃତଦେହ

March 22
12:01 2022

ନୂଆଦିଲ୍ଲୀ, ୨୨/୩: ରାଜଧାନୀରେ ଛାତିଥରା ଘଟଣା। ମାଇକ୍ରୋ ଓଭାନ୍ ଭିତରୁ ମିଲିଲା ଦୁଇ ମାସ ଶିଶୁର ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ। ଏଠାକାର ଚିରାଗ ଦିଲ୍ଲୀ ଅଞ୍ଚଳରୁ ସୋମବାର ଏକ ମାଇକ୍ରୋୱେଭ୍ ଓଭାନ ଭିତରୁ ଏକ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି। ଏନେଇ ଦକ୍ଷିଣ ଦିଲ୍ଲୀ ଡିସିପି ବେନିତା ମେରୀ ସୂଚନା ଦେଇଛନ୍ତି।
-ଇଊଠଋଜଞଓଝଋଗଋଘଞ-
ପୁଲିସ ସୂଚନା ମୁତାବକ, ଗତକାଲି ଅପରାହ୍ନ ୩.୧୫ରେ ଶିଶୁ କନ୍ୟାର ମୃତ୍ୟୁ ସମ୍ପର୍କରେ ସୂଚନା ମିଳିଥିଲା। ଅଜ୍ଞାତ ବ୍ୟକ୍ତି ନାଁରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଛି। ମୃତ ଶିଶୁକନ୍ୟାର ବାପା ଗୁଲସନ କୌଣିକ ଓ ମା’ ଡିମ୍ପଲ କୌଶିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।
ଏହି ଦୁଇ ମାସର କନ୍ୟାସନ୍ତାନ ମୃତ୍ୟୁ ସମ୍ପର୍କରେ ପ୍ରଥମେ ତାଙ୍କର ଜଣେ ପଡୋଶୀ ପୁଲିସକୁ ସୂଚନା ଦେଇଥିଲେ। ଶିଶୁ କନ୍ୟାର ମା’ ଡିମ୍ପଲ ଭିତର ପଟୁ ଘର ବନ୍ଦ କରିଦେଇଥିଲେ। ଝରକା କାଚ ଭାଙ୍ଗି ଘରେ ପଶିବା ପରେ ମହିଳା ଓ ତାଙ୍କ ପୁଅଙ୍କ ସହ ଅଚେତ ଅବସ୍ଥାରେ ପଡିଥିବା ଦେଖିଥିଲୁ। କିନ୍ତୁ ଶିଶୁ କନ୍ୟାର ପତ୍ତା ମିଳିନଥିଲା। ଶିଶୁ କନ୍ୟାର ଜେଜେ ମା’ ଓ ପଡୋଶୀ ପୂରା ଘର ଖୋଜିବା ପରେ ମାଇକ୍ରୋ ଓଭାନ ଭିତରେ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଥିଲା ବୋଲି ପଡୋଶୀ ଜଣକ ପୁଲିସକୁ ଫୋନ୍ କରି କହିଥିଲେ। ଘଟଣା ଘଟିବା ସମୟରେ ଶିଶୁଟିର ବାପା ଘରେ ଉପସ୍ଥିତ ନଥିଲେ।
ପ୍ରାଥମିକ ତଦନ୍ତରୁ ଶିଶୁକନ୍ୟାର ମା’ ଉପରେ ସନ୍ଦେହ ସୃଷ୍ଟି ହୋଇଛି। କନ୍ୟା ସନ୍ତାନ ଜନ୍ମ ହେବା ଦିନଠାରୁ ସେ ଦୁଃଖିତ ଥିଲେ। ତାଙ୍କର ଏକ ୪ ବର୍ଷର ପୁଅ ମଧ୍ୟ ଅଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଏବେ ସୁଦ୍ଧା ଏ ସଂକ୍ରାନ୍ତରେ ପୁଲିସ୍ କାହାକୁ ଗିରଫ କରିନାହିଁ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930