Indus Valley Times

ରାଜଧାନୀ ଦିଲ୍ଲୀରେ ଭୁଶୁଡିଲା ଚାରିମହଲା କୋଠା,ଅନେକ ଲୋକ ଦବି ରହିଥିବା ଆଶଙ୍କା

 Breaking News

ରାଜଧାନୀ ଦିଲ୍ଲୀରେ ଭୁଶୁଡିଲା ଚାରିମହଲା କୋଠା,ଅନେକ ଲୋକ ଦବି ରହିଥିବା ଆଶଙ୍କା

September 13
16:16 2021

ନୂଆଦିଲ୍ଲୀ ୧୩/୯ : ରାଜଧାନୀ ଦିଲ୍ଲୀର ପରିବା ମଣ୍ଡି ଅଞ୍ଚଳରେ ଚାରି ମହଲା କୋଠା ଭୁଶୁଡିବା ମାମଲା ସାମ୍ନାକୁ ଆସିଛି। ଦୁର୍ଘଟଣାରେ ଅନେକ ଲୋକ ହତାହତ ହୋଇଥିବା ଆଶଙ୍କା ରହିଛି।
ସୂଚନା ପାଇ ଦିଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଦିଲ୍ଲୀ ପୋଲିସ ଅନୁଯାୟୀ, ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଏବେ ସୁଦ୍ଧା ଭଙ୍ଗା କୋଠା ତଳୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ୩ ଜଣଙ୍କ ମଧ୍ୟରେ ଦୁଇ ଶିଶୁ ସାମିଲ ଅଛନ୍ତି।
ତେବେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି। ଶିଶୁଙ୍କ ବୟସ ୭ ବର୍ଷ ଓ ୧୨ ବର୍ଷ। ଉଦ୍ଧାର କରାଯାଇଥିବା ଆଉ ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ଆଘାତ ହୋଇଛି। ତାଙ୍କୁ ମଧ୍ୟ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031