Indus Valley Times

ରାଜଧାନୀ ଭୁବନେଶ୍ୱରରେ କରୋନାର ପ୍ଲାଟୋ ସ୍ଥିତି ରହିଛି : ବିଏମସି କମିଶନର ସଞ୍ଜୟ ସିଂ

 Breaking News

ରାଜଧାନୀ ଭୁବନେଶ୍ୱରରେ କରୋନାର ପ୍ଲାଟୋ ସ୍ଥିତି ରହିଛି : ବିଏମସି କମିଶନର ସଞ୍ଜୟ ସିଂ

ରାଜଧାନୀ ଭୁବନେଶ୍ୱରରେ କରୋନାର ପ୍ଲାଟୋ ସ୍ଥିତି ରହିଛି : ବିଏମସି କମିଶନର ସଞ୍ଜୟ ସିଂ
July 19
19:24 2021

ଭୁବନେଶ୍ୱର, ୧୯/୭ : ପୁରା ରାଜ୍ୟରେ ଏବେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ଦୈନିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହା ସବୁଠାରୁ ଅଧିକ ଚିନ୍ତାଜନକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଉଥିବା ବେଳେ ସୋମବାର ବିଏମସି କମିଶନର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ ବର୍ତ୍ତମାନ ରାଜଧାନୀରେ ପ୍ଲାଟୋ ସ୍ଥିତିରେ ରହିଛି କରୋନା ।
ଏହି ହାର ଆଉ ବଢିବ ନାହିଁ ବରଂ ଧିରେ ଧିରେ ରାଜଧାନୀ ଭୁବନେଶ୍ୱରରେ ସଂକ୍ରମଣ ହାର ତଳମୁହାଁ ହେବ ବୋଲି କହିଛନ୍ତି ବିଏମସି କମିଶନର ସଞ୍ଜୟ ସିଂ ।
ତେବେ ସଂକ୍ରମଣ ରୋକିବାକୁ ହେଲେ ଆମକୁ ସଚେତନ ଓ ସତର୍କ ରହିବାକୁ ହେବ । ସଂକ୍ରମଣକୁ ରୋକିବାକୁ ଓ କାରଣ ଜାଣିବାକୁ ବିଏମସି ପକ୍ଷରୁ ଏନଫୋର୍ସମେଣ୍ଟ ଓ ସର୍ଭେଲାନ୍ସକୁ ତ୍ୱରାନ୍ୱିତ କରାଯାଇଛି । ଆଜି ଠାରୁ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆରମ୍ଭ ହୋଇଛି ।
ସେଠାରେ କିଭଳି କୋଭିଡ କଟକଣା ପାଳନ ହେବ ତାହା ଯାଞ୍ଚ କରାଯାଉଛି । କଟକଣା ଖିଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ସଂସ୍ଥାକୁ ସିଲ କରାଯିବ ବୋଲି କହିଛନ୍ତି ବିଏମସି କମିଶନର ସଞ୍ଜୟ ସିଂ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031