Indus Valley Times

ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ହତ୍ୟା

 Breaking News

ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ହତ୍ୟା

ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ହତ୍ୟା
July 05
18:14 2021

ଭୁବନେଶ୍ୱର, ୫/୭ : ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଦିନ ଦ୍ୱିପ୍ରହରେ ମହିଳାଙ୍କୁ ହତ୍ୟା । ସୂଚନା ଅନୁସାରେ ରାଜଧାନୀର ଭିମଟାଙ୍ଗି ଅଞ୍ଚଳରେ ଏକ ବନ୍ଦ ଘରୁ ଅତି ସନ୍ଦେହଜନକ ଭାବରେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଘର ବାହାରେ ମହିଳାଙ୍କ ସ୍ୱାମୀ ଉପସ୍ଥିତ ଥିବା ସତ୍ତ୍ୱେ ମହିଳା ଜଣଙ୍କ ମୃତ୍ୟୁ କେମିତି ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମହିଳାଙ୍କ ମୃତ ଦେହ ଉଦ୍ଧାର କରିବା ସହିତ ଘଟଣାର ଛାନ୍ ଭିନ୍ ଚଳାଇଥିବା ଜଣା ପଡିଛି ।
ଭୁବନେଶ୍ୱର ଭିମଟାଙ୍ଗି ଲେନ୍-୧ ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ମୃତ ମହିଳା ଜଣଙ୍କ ନାମ ପ୍ରୀୟଦର୍ଶନୀ ସାହୁ ବୋଲି ଜଣା ପଡିଛି ।
ତେବେ ଘଟଣାସ୍ଥଳରେ ଆଉ ଜଣେ ପୁରୁଷ ମଧ୍ୟ ଆହାତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ପୁରୁଷ ଜଣଙ୍କ ପରିଚୟ ମିଳି ପାରିନଥିବା ବେଳେ ମୃତ ମହିଳାଙ୍କ ପରିବାର ଲୋକ ଉକ୍ତ ପୁରୁଷ ଜଣଙ୍କୁ ଚିହ୍ନି ନଥିବା କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031