Indus Valley Times

ରାଜସ୍ଥାନ : ଅରାବଳୀ ପର୍ବତ ଶ୍ରେଣୀ ଅବସ୍ଥିତ ରଣକପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଦୁର୍ଲଭ ‘ଗୋଲାପୀ କଲରାପତରିଆ’ ବାଘ

 Breaking News

ରାଜସ୍ଥାନ : ଅରାବଳୀ ପର୍ବତ ଶ୍ରେଣୀ ଅବସ୍ଥିତ ରଣକପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଦୁର୍ଲଭ ‘ଗୋଲାପୀ କଲରାପତରିଆ’ ବାଘ

ରାଜସ୍ଥାନ : ଅରାବଳୀ ପର୍ବତ ଶ୍ରେଣୀ ଅବସ୍ଥିତ ରଣକପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଦୁର୍ଲଭ ‘ଗୋଲାପୀ କଲରାପତରିଆ’ ବାଘ
November 11
09:28 2021

ଜୟପୁର, ୧୧/୧୧ : ଅରାବଳୀ ପର୍ବତ ଶ୍ରେଣୀ ମଧ୍ୟରେ ଅବସ୍ଥିତ ରଣକପୁର ଅଞ୍ଚଳରେ ଗୋଟାଏ ଦୁର୍ଲଭ ‘ଗୋଲାପୀ କଲରାପତରିଆ’ ଦେଖିଥିବା କଥା ରାଜସ୍ଥାନର ପାଲି ଜିଲ୍ଲାର ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ୨୦୧୨ ଏବଂ ପୁନର୍ବାର ୨୦୧୯ରେ ଦକ୍ଷିଣ ଆଫ୍ରିକାରେ ଗୋଲାପୀ ଲୋମ ଥିବା ଗୋଟାଏ ଚିତ୍ରିତ କଲରାପତରିଆ ଦେଖା ଦେଇଥିଲା।
ରାଜସମନ୍ଦ ‘ଡେପୁଟି କଞ୍ଜର୍ଭେଟର୍ ଅଫ୍ ଫରେଷ୍ଟସ୍’ (ଡିସିଏଫ୍) ଫତେ ସିଂହ ରାଠୋର୍ ଗଣମାଧ୍ୟମକୁ କହିଛନ୍ତି ଯେ, ଏକାଧିକ ବାର ‘ଗୋଲାପୀ କଲରାପତରିଆ’ଟିକୁ ଦେଖିଥିବା କଥା ରଣକପୁର ଏବଂ କୁମ୍ଭଲଗଡ଼ର ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି। ନିକଟ ଅତୀତରେ ମଧ୍ୟ ସେ ଅଞ୍ଚଳରେ ‘ଷ୍ଟ୍ରବେରି’ (ଓଡ଼ିଆରେ ଟିପାରି) ରଙ୍ଗର ଛାଲ ଥିବା ଗୋଟାଏ ବୃହଦ୍କାୟ ମାର୍ଜାରର (ବାଘଜାତୀୟ ଜନ୍ତୁ) ଫଟୋ ଉତ୍ତୋଳନ କରାଯାଇଥିଲା।
ବଣ୍ୟଜନ୍ତୁ ସଂରକ୍ଷକ ଭାବେ ସମ୍ପୃକ୍ତ ଅଞ୍ଚଳ ମଧ୍ୟକୁ ମାନବ ପ୍ରବେଶ ଉପରେ କଟକଣା ଜାରି କରି ସେ କଲରାପତରିଆକୁ ନିରାପଦ ରଖିବା ହେଉଛି ଆମର ଉଦ୍ଦେଶ୍ୟ।
୬୦୦ ବର୍ଗ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ କୁମ୍ଭାଲଗଡ଼ ଅରଣ୍ୟାଞ୍ଚଳ ରାଜସ୍ଥାନର ରାଜସମନ୍ଦ ଜିଲ୍ଲାରେ ଅବସ୍ଥିତ। ଅରାବଳୀ ପର୍ବତଶ୍ରେଣୀକୁ ବେଢ଼ିଥିବା ଉକ୍ତ ବନାଞ୍ଚଳରେ ଭାରତୀୟ କଲରାପତ୍ରିଆ, ଭାରତୀୟ ଗଧିଆ, ପଟାରିଆ ହେଟା, ସୁନାଲୀ ଶିଆଳ ଏବଂ ଶମ୍ବର ଆଦି ଜୀବଜନ୍ତୁ ବସବାସ କରନ୍ତି।
ସମ୍ପ୍ରତି ସେଠାରେ ଦେଖା ଦେଇଥିବା ଦୁର୍ଲଭ କଲରାପତରିଆଟି ସ୍ଥାନୀୟ ବାସିନ୍ଦା ପାଇଁ ଉଭୟ ଗୌରବ ଓ ଚିନ୍ତାର କାରଣ ହୋଇଛି। କେତେକ ବିଶେଷଜ୍ଞଙ୍କ ମତରେ ଗୁଣସୂତ୍ର ବିକୃତି ଯୋଗୁଁ କଲରାପତ୍ରିଆ ଛାଲର ରଙ୍ଗ ଗୋଲାପୀ ହୋଇଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031