Indus Valley Times

ରାଜସ୍ବ ସେବାର ବହୁ ନିୟମର ପରିବର୍ତ୍ତନ ଆଣିବେ ସରକାର: ସୁରେଶ ପୂଜାରୀ

 Breaking News

ରାଜସ୍ବ ସେବାର ବହୁ ନିୟମର ପରିବର୍ତ୍ତନ ଆଣିବେ ସରକାର: ସୁରେଶ ପୂଜାରୀ

February 03
20:38 2025

ଓଡ଼ିଶା, ୩/୨ : ରାଜ୍ୟରେ ରାଜସ୍ବ ସେବାର ବହୁ ନିୟମର ଖୁବଶୀଘ୍ର ସରକାର ପରବର୍ତ୍ତନ ଆଣିବେ। ସେଥିମଧ୍ୟରେ ଓଡ଼ିଶା ପ୍ରିଭେନସନ ଅଫ୍ ଲ୍ୟାଣ୍ଡ୍ ଏନକ୍ରୋଚ୍‌ମେଣ୍ଟ ଆକ୍ଟ ଏବଂ ଓଡ଼ିଶା ଲ୍ୟାଣ୍ଡ୍ ସେଟଲମେଣ୍ଟ ଆକ୍ଟରେ ଅନେକ ସଂଶୋଧନ ରହିଛି। ସୋମବାର ଝାରସୁଗୁଡ଼ା ଜିଲ୍ଲା ଗସ୍ତ ସମୟରେ ରାଜସ୍ୱ ଏବଂ ବିପର‌୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ସଂଶୋଧନ ପରେ ୪ ଡେସିମିଲରୁ କମ୍ ଜମି ଥିବା ଲୋକଙ୍କୁ ଭୂମିହୀନ ଭାବରେ ପରିଗଣିତ କରାଯିବ। ଯାହାର ୨ ଡେସିମିଲ ଜମି ଥିବ ତାଙ୍କୁ ଅତିରିକ୍ତ ଦୁଇ ଡେସିମିଲ ଜମି ଦେବୁ। ଯାହାର ୩ ଡେସିମିଲ ଥିବ ତାକୁ ୧ ଡେସିମିଲ ଜମି ଦିଆଯିବ। ସେମାନଙ୍କ ଜମିଥିବା ସ୍ଥାନରେ ଅତିରିକ୍ତ ଜମି ଦେବାକୁ ସରକାରଙ୍କ ପକ୍ଷରୁ ଚେଷ୍ଟା କରାଯିବ।
ସେହିଭଳି ରାଜସ୍ୱ ସେବାରେ ଅନେକ ନିୟମ ଆସିବ। ପ୍ରଚଳିତ ସମସ୍ତ ନିୟମର ସରଳୀକରଣ କରାଯିବ। ଲୋକେ ସହଜରେ ବିଭିନ୍ନ ସାର୍ଟିଫିକେଟ ପାଇ ପାରିବେ ସେନେଇ ମଧ୍ୟ ନୂଆ ଗାଇଡ ଲାଇନ ଆସିବ ବୋଲି ରାଜସ୍ବମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031