Indus Valley Times

ରାଜ୍ୟକୁ ପୁଣି ଥରାଇବ ଶୀତ, ୩ରୁ ୫ ଡିଗ୍ରୀ କମିପାରେ ତାପମାତ୍ରା

 Breaking News

ରାଜ୍ୟକୁ ପୁଣି ଥରାଇବ ଶୀତ, ୩ରୁ ୫ ଡିଗ୍ରୀ କମିପାରେ ତାପମାତ୍ରା

ରାଜ୍ୟକୁ ପୁଣି ଥରାଇବ ଶୀତ, ୩ରୁ ୫ ଡିଗ୍ରୀ କମିପାରେ ତାପମାତ୍ରା
February 05
09:11 2022

ଭୁବନେଶ୍ୱର, ୫/୨ : ରାଜ୍ୟରେ ଶନିବାରଠାରୁ ଶୀତ ବଢ଼ିବ । ଶୁକ୍ରବାର ରାତିରୁ ହିଁ ରାତି ତାପମାତ୍ରା କମିବା ଆରମ୍ଭ ହୋଇଛି। ଉଭୟ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ କମିପାରେ । ପରବର୍ତ୍ତୀ ତିନି ଦିନରେ ଉତ୍ତର ଉପକୂଳ ଓ ଆଭ୍ୟନ୍ତରରେ ତାପମାତ୍ରା ଅପରିବର୍ତ୍ତିତ ରହିବ ।
ସୋମବାରଠାରୁ ରାତି ତାପମାତ୍ରା ପୁଣି ବଢ଼ିବ ଓ ଶୀତ କମିବ । ସେପଟେ ଶୁକ୍ରବାର ୭ଟି ଜିଲ୍ଲାରେ ବର୍ଷା ହୋଇଛି । ବାଲେଶ୍ୱରରେ ୩୫.୪ ମିଲିମିଟର ବର୍ଷା ହୋଇଛି । ଚାନ୍ଦବାଲିରେ ୧୯.୮, ଝାରସୁଗୁଡ଼ାରେ ୫.୪, ହୀରାକୁଦରେ ୫.୨, କେନ୍ଦୁଝରରେ ୩.୭ ବର୍ଷା ହୋଇଛି ।
ଶନିବାର ଓ ରବିବାର ରାଜ୍ୟରେ ପାଗ ଶୁଖିଲା ରହିବ । ଏହି ଦୁଇ ଦିନ ଉପକୂଳ ଓଡ଼ିଶା ସମେତ ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହୋଇପାରେ ।
ଆସନ୍ତା ଦୁଇରୁ ତିନି ଦିନ ଭିତରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ କହିଛି । ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀରୁ ଅଧିକ ଥିଲା । ଏଥିପାଇଁ ପ୍ରାୟତଃ ଶୀତ ଅନୁଭବ ହୋଇନଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031