Indus Valley Times

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ୪ର୍ଥ ମେଡାଲ, ଭାରୋତ୍ତୋଳନରେ ବିନ୍ଦିଆରାଣୀ ଆଣିଲେ ରୌପ୍ୟ ପଦକ

 Breaking News

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ୪ର୍ଥ ମେଡାଲ, ଭାରୋତ୍ତୋଳନରେ ବିନ୍ଦିଆରାଣୀ ଆଣିଲେ ରୌପ୍ୟ ପଦକ

July 31
11:07 2022

ବର୍ମିଂହାମ, ୩୧/୭: ମଣିପୁରର ଝିଅ ବିନ୍ଦ୍ୟାରାଣୀ ଦେବୀ ଦେଶ ପାଇଁ ଆଣିଛନ୍ତି ଗୌରବ। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ ଅର୍ଥାତ୍ ଶନିବାର ସେ ଜିତିଛନ୍ତି ରୌପ୍ୟ ପଦକ।ଭାରୋତ୍ତୋଳନରେ ତାଙ୍କୁ ଏହି ପଦକ ମିଳିଛି। ମହିଳା ୫୫ କେଜି ବର୍ଗରେ ତାଙ୍କୁ ମିଳିଛି ଏହି ସଫଳତା।
୨୩ ବର୍ଷୀୟା ବିନ୍ଦ୍ୟାରାଣୀ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ବେଳେ ମୋଟ ୨୦୨ କେଜି ଉଠାଇ ରୌପ୍ୟ ପଦକ ହାସଲ କରିଛନ୍ତି। ସେ ସ୍ନାଚ୍ ରାଉଣ୍ଡରେ ୮୬ କେଜି ଉଠାଇଥିଲେ। କ୍ଲିନ୍ ଓ ଜର୍କ ରାଉଣ୍ଡରେ ସେ ୧୧୬ କେଜି ଉଠାଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୫୫ କେଜି ମହିଳା ବର୍ଗରେ କ୍ଲିନ୍ ଓ ଜର୍କ ରାଉଣ୍ଡରେ ୧୧୬ କେଜି ଉଠାଇ ସେ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ବର୍ଗରେ କ୍ଲିନ୍ ଓ ଜର୍କ ରାଉଣ୍ଡରେ ପୂର୍ବରୁ କେହି ୧୧୬ କେଜି ଉଠାଇ ନଥିଲେ।
କ୍ଲିନ୍ ଓ ଜର୍କ ରାଣ୍ଡର ଦ୍ୱିତୀୟ ପ୍ରୟାସରେ ସେ ୧୧୪ କେଜି ଉଠାଇବାରେ ସକ୍ଷମ ହୋଇ ନଥିଲେ। କିନ୍ତୁ ଏହି ରାଉଣ୍ଡର ଅନ୍ତିମ ପ୍ରୟାସରେ ସେ ୧୧୬ କେଜି ଉଠାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ ଓ ରୌପ୍ୟ ପଦକ ପାଇଥିଲେ।
ଭାରୋତ୍ତୋଳନର ମହିଳା ୫୫ କେଜି ବର୍ଗରେ ନାଇଜେରିଆର Adijat Adenike Olarinoye ମୋଟ ୨୦୩ କେଜି (୯୨ ଓ ୧୧୧କେଜି) ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଇଂଲଣ୍ଡର Fraer Morrow ୧୯୮ କେଜି (୮୬ ଓ ୧୦୯ କେଜି) ଉଠାଇ ବ୍ରୋଞ୍ଜ ପଦକ ପାଇଛନ୍ତି।
ଶନିବାର ବିନ୍ଦ୍ୟାରାଣୀଙ୍କ ପୂର୍ବରୁ ଭାରତ ଆଉ ତିନିଟି ପଦକ ଜିତିଥିଲା। ବିନ୍ଦ୍ୟାରାଣୀ ପଦକ ଜିତିବା ପରେ ଭାରତର ମୋଟ ପଦକ ସଂଖ୍ୟା ୪ (୧ ସ୍ୱର୍ଣ୍ଣ, ୨ ରୌପ୍ୟ ଓ ୧ ବ୍ରୋଞ୍ଜ)ରେ ପହଞ୍ଚିଥିଲା। ଆଉ ସମସ୍ତ ପଦକ ଭାରୋତ୍ତୋଳନରୁ ଆସିଥିଲା।
ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଗତକାଲି ଦେଶ ପାଇଁ ପ୍ରଥମ ପଦକ ଜିତିଥିଲେ ଭାରୋତ୍ତୋଳକ ସଙ୍କେତ ମହାଦେବ ସାଗର। ପୁରୁଷ ୫୫ କେଜି ବର୍ଗରେ ସେ ରୌପ୍ୟ ପଦକ ଜିତିଥିଲେ। ଏହା ପରେ ପୁରୁଷ ୬୧ କେଜି ବର୍ଗରେ ଗୁରୁରାଜ ପୂଜାରୀ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ଭାରୋତ୍ତୋଳନରେ ଦେଶ ପାଇଁ ତୃତୀୟ ପଦକ ଜିତିଥିଲେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ମୀରାବାଈ ଚାନୁ। ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ। ମହିଳା ୪୯ କେଜି ବର୍ଗରେ ତାଙ୍କୁ ମିଳିଛି ଏହି ସଫଳତା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031