Indus Valley Times

ରାଜ୍ୟରେ ଆଉ ୧୯୨ଜଣ କରୋନା ସଂକ୍ରମିତଙ୍କ ଚିହ୍ନଟ,୩ମୃତ

 Breaking News

ରାଜ୍ୟରେ ଆଉ ୧୯୨ଜଣ କରୋନା ସଂକ୍ରମିତଙ୍କ ଚିହ୍ନଟ,୩ମୃତ

ରାଜ୍ୟରେ ଆଉ ୧୯୨ଜଣ କରୋନା ସଂକ୍ରମିତଙ୍କ ଚିହ୍ନଟ,୩ମୃତ
January 03
14:05 2021


ଭୁବନେଶ୍ବର,୩/୧: ରାଜ୍ୟରେ ରବିବାର ଦିନ ଆଉ ୧୯୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୯ଜଣ ସଂଗରୋଧ କେନ୍ଦ୍ରରୁ ଓ ୮୩ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୩୦୯ରେ ପହଞ୍ଚିଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୪ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ୩, ବରଗଡ଼ ଜିଲ୍ଲାରୁ ୮, ବଲାଙ୍ଗୀର ଜିଲ୍ଲାରୁ ୧୭, କଟକ ଜିଲ୍ଲାରୁ ୧୦, ଜଗତସିଂହପୁର ଜିଲ୍ଲାରୁ ୨, ଯାଜପୁର ଜିଲ୍ଲାରୁ ୯, ଝାରସୁଗୁଡ଼ା ଜିଲ୍ଲାରୁ ୧୩, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯, ଖୋର୍ଦ୍ଧା ଜିଲ୍ଲାରୁ ୧୦, ମୟୂରଭଞ୍ଜ ଜିଲ୍ଲାରୁ ୯, ନୂଆପଡ଼ା ଜିଲ୍ଲାରୁ ୪, ପୁରୀ ଜିଲ୍ଲାରୁ ୧୩, ରାୟଗଡ଼ା ଜିଲ୍ଲାରୁ ୨, ସମ୍ବଲପୁର ଜିଲ୍ଲାରୁ ୧୬ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩୩ଜଣ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଷ୍ଟେଟ୍ ପୁଲ୍ରୁ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ହଛଡ଼ା ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, କୋରାପୁଟ, ନବରଙ୍ଗପୁର, ନୟାଗଡ଼ ଓ ସୋନପୁର ଆଦି ୮ଟି ଜିଲ୍ଲାରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ରାଜ୍ୟରେ ଆଉ ୩ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ମୃତକ ହେଲେ ବଲାଙ୍ଗୀର , ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031