Indus Valley Times

ରାଜ୍ୟରେ ଆଜିଠୁ ଖୋଲିବ ଶିକ୍ଷାନୁଷ୍ଠାନ, ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ କ୍ଲାସ

 Breaking News

ରାଜ୍ୟରେ ଆଜିଠୁ ଖୋଲିବ ଶିକ୍ଷାନୁଷ୍ଠାନ, ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ କ୍ଲାସ

ରାଜ୍ୟରେ ଆଜିଠୁ ଖୋଲିବ ଶିକ୍ଷାନୁଷ୍ଠାନ, ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ କ୍ଲାସ
February 07
10:06 2022

ଭୁବନେଶ୍ୱର, ୭/୨: କରୋନାର ତୃତୀୟ ଲହରି ଭିତରରେ ଆଜିଠୁ ଅଷ୍ଟମରୁ ଦ୍ୱାଦଶ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ଆଜିଠୁ ଛାତ୍ରଛାତ୍ରୀମାନେ ସ୍କୁଲ ଯିବେ। କରୋନା କଟକଣା ଭିତରେ ଆରମ୍ଭ ହେଉଛି ଅଷ୍ଟମରୁ ଦ୍ୱାଦଶ ପିଲାଙ୍କ କ୍ଲାସରୁମରେ ପାଠପଢ଼ା। ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ ସକାଳ ୧୦ରୁ ଦିନ ଗୋଟାଏ ଏବଂ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ କ୍ଲାସ ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଚାଲିବ।
ଏଥିପାଇଁ କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ, ବିଭିନ୍ନ ସ୍କୁଲରେ ସିଟିଂ ଆରେଞ୍ଜମେଣ୍ଟଠୁ ଆରମ୍ଭ କରି ବିଶୋଧନ ବ୍ୟବସ୍ଥା ଯାଏ ସମ୍ପୂର୍ଣ୍ଣ କରିଛନ୍ତି କର୍ତ୍ତୃପକ୍ଷ। ସ୍କୁଲ ସହ ହଷ୍ଟେଲ ମଧ୍ୟ ଖୋଲୁଛି। ତେଣୁ ପିଲାଙ୍କ ମଧ୍ୟରେ ଯେପରି ସଂକ୍ରମଣ ନ ବଢ଼ିବ, ତାକୁ ଗୁରୁତ୍ୱ ଦେଇ ସ୍କୁଲ୍ ଗୁଡ଼ିକରେ ସ୍ୱତନ୍ତ୍ର ଆଇସୋଲେସନ ରୁମ୍ର ବ୍ୟବସ୍ଥା ରହିଛି। ପିଲାମାନଙ୍କୁ ସକାଳ ୧୦ଟାରୁ ଥର୍ମାଲ ସ୍କ୍ରିନିଂ କରି କ୍ଲାସକୁ ଛଡ଼ାଯିବ ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି। ଆଜିଠୁ ଉଚ୍ଚଶିକ୍ଷା ଅନୁଷ୍ଠାନ ଓ ବୈଷୟିକ ଶିକ୍ଷା ଅନୁଷ୍ଠାନଗୁଡିକରେ କ୍ଲାସ ଆରମ୍ଭ ହେଉଛି।
ସେହିପରି ଫେବ୍ରୁଆରୀ ୧୪ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ପର‌୍ୟ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ତେବେ ଏହି ପାଠପଢ଼ା ଅନଲାଇନ/ଅଫଲାଇନ୍ ମାଧ୍ୟମରେ ହୋଇପାରିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031