Indus Valley Times

ରାଜ୍ୟରେ ଆହୁରି ୪ ଦିନ ଏମିତି ବନ୍ୟା ସ୍ଥିତି ଲାଗି ରହିବ: ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା

 Breaking News

ରାଜ୍ୟରେ ଆହୁରି ୪ ଦିନ ଏମିତି ବନ୍ୟା ସ୍ଥିତି ଲାଗି ରହିବ: ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା

ରାଜ୍ୟରେ ଆହୁରି ୪ ଦିନ ଏମିତି ବନ୍ୟା ସ୍ଥିତି ଲାଗି ରହିବ: ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା
August 17
17:07 2022

ଭୁବନେଶ୍ୱର ୧୭/୮: ରାଜ୍ୟରେ ଆହୁରି ୪ ଦିନ ଏମିତି ବନ୍ୟା ସ୍ଥିତି ଲାଗି ରହିବ । ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏହି ବନ୍ୟା ଦ୍ୱାରା ମହାନଦୀ ସିଷ୍ଟମରେ ମଙ୍ଗଳବାର ଦୁଇଟି ଘାଇ ହୋଇଥିଲା । ବୁଧବାର ଆଉ ଦୁଇଟି ଘାଇ ହୋଇଛି । ଏବେ ଯାଏଁ ମୋଟ ୪ଟି ଘାଇ ହୋଇଛି । ୨୦୧୧ ପରେ ରାଜ୍ୟରେ ଏଭଳି ବନ୍ୟା ହୋଇଛି ।
ବର୍ତ୍ତମାନ ଘଣ୍ଟାକୁ ୧୭ ହଜାର କୁସେକ ପାଣି ମୁଣ୍ଡଳୀରୁ ଖସୁଛି । କିଛି ସମୟ ପରେ ଘଣ୍ଟାକୁ ୨୫ ହଜାର କ୍ୟୁସେକକୁ ଖସିବ । ତେବେ ହୀରାକୁଦ ଡ୍ୟାମର ବନ୍ୟା ଜଳ ମୁଣ୍ଡଳୀଠାରେ ବୁଧବାର ସକାଳୁ ପହଞ୍ଚିବ ।
ପ୍ରାୟ ୯ ରୁ ୧୦ଲକ୍ଷ କ୍ୟୁସେକ୍ ପାଣି ପାସ କରିବ । କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ବନ୍ୟା ଦ୍ୱାର ପ୍ରଭାବିତ । ଜଗତସିଂହପୁର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି ।
ସେହିପରି ସ୍ଥିତିକୁ ଦେଖି ଆଜି ଓଡ୍ରାଫ, ଘଊଜୠ, ଫାୟାର ସର୍ଭିସର ଅତିରିକ୍ତ ଟିମ ପଠାଯାଇଛି । ଆସୁଥିବା ବର୍ଷାକୁ ଦେଖି କେନ୍ଦୁଝର, ଭଦ୍ରକ ଓ ଯାଜପୁରକୁ ସତର୍କ ରହିବା ପାଇଁ କୁହାଯାଇଛି ।
କାରଣ ବ୍ରାହ୍ମଣୀ ଓ ବୈତରଣୀ ବେଲ୍ଟରେ ବର୍ଷା ହେବାର ଆକଳନ କରାଯାଉଛି । ସ୍ୱାସ୍ଥ୍ୟ ବିଭାଗ ସହିତ ଲଗାତାର ଭାବେ ଯୋଗାଯୋଗ ରହିଛି । ପର୍ଯ୍ୟାପ୍ତ କିଟ୍ ପାଇଁ କୁହାଯାଇଛି । ଏହା ବାଦ ଆଣ୍ଟି ଭେନମ କିଟ ଅଧିକ ମହଜୁଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031