Indus Valley Times

ରାଜ୍ୟରେ ଏବେ ଅଛନ୍ତି ୫୨୮୪ ଭିକାରୀ, ବିଧାନସଭାରେ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ

 Breaking News

ରାଜ୍ୟରେ ଏବେ ଅଛନ୍ତି ୫୨୮୪ ଭିକାରୀ, ବିଧାନସଭାରେ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ

February 14
18:02 2025

ଭୁବନେଶ୍ୱର, ୧୪/୨ : ରାଜ୍ୟରେ ଅଛନ୍ତି ୫ହଜାର୨୮୪ ଜଣ ଭିକାରୀ । ସବୁଠୁ ଅଧିକ ଭିକାରୀ ରହିଛନ୍ତି କଟକରେ । କଟକରେ ସର୍ବାଧିକ ୧ହଜାର ୬୦ ଜଣ ଭିକାରୀ ରହିଛି ।
ତେବେ କଟକ ପଛକୁ ବରଗଡ଼ରେ ୫୯୫ ଜଣ ଭିକାରୀ ଅଛନ୍ତି । ସେହିପରି ଗଞ୍ଜାମରେ ୫୪୫ ଜଣ, ବଲାଙ୍ଗୀରରେ ୪୮୨ଜଣ ଏବଂ ସୁନ୍ଦରଗଡରେ ୪୧୭ ଜଣ ଥିବା ବେଳେ ପୁରୀରେ ରହିଛନ୍ତି ୩୫୦ ଜଣ ଭିକାରୀ ।
ଏନେଇ ବିଧାନସଭାରେ ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ମନ୍ତ୍ରୀ କହିଛନ୍ତି, ରାଜ୍ୟକୁ ଭିକାରୀମୁକ୍ତି କରିବାକୁ ସରକାର ଅଭିଯାନ ଚଳାଇଛନ୍ତି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ପୁରୀର ନିଳାଦ୍ରି ନିଳୟ, ଭୁବନେଶ୍ୱରରେ ଏକାମ୍ର ନିଳୟ ଅଭିଯାନ ଜାରି ରହିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031