Indus Valley Times

ରାଜ୍ୟରେ ଏବେ ଜାରି ରହିବ ଶୁଖିଲା ପାଗ, କିଛି ଜିଲ୍ଲାରେ କୁହୁଡି ସମ୍ଭାବନା

 Breaking News

ରାଜ୍ୟରେ ଏବେ ଜାରି ରହିବ ଶୁଖିଲା ପାଗ, କିଛି ଜିଲ୍ଲାରେ କୁହୁଡି ସମ୍ଭାବନା

ରାଜ୍ୟରେ ଏବେ ଜାରି ରହିବ ଶୁଖିଲା ପାଗ, କିଛି ଜିଲ୍ଲାରେ କୁହୁଡି ସମ୍ଭାବନା
February 28
10:30 2022

ଭୁବନେଶ୍ୱର,୨୮/୨: ସୋମବାରଠୁ ରାଜ୍ୟରେ ପାଗ ଶୁଖିଲା ରହିବ । ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ରହିବ । ତେବେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ କନ୍ଧମାଳରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି, ଆସନ୍ତାକାଲି ପାଗ ଶୁଖିଲା ରହିବ । ଅପରାହ୍ନରେ କେନ୍ଦୁଝର ଓ ମୟୂରଭଞ୍ଜ ଭଳି କାଁ ଭାଁ କିଛି ସ୍ଥାନରେ ବର୍ଷା ହୋଇପାରେ । ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ । ତାପମାତ୍ରା ଧୀରେ ଧୀରେ ବଢ଼ିବ ବୋଲି ଡ.ସାହୁ ପୂର୍ବାନୁମାନ କରିଛନ୍ତି । ତେବେ ରବିବାର ରାଜ୍ୟରେ ୧୦ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା ।
ସୋନପୁର ଓ ବୌଦ୍ଧରେ ୩୬ ଡିଗ୍ରୀ ସେଲସିୟସ୍ ଥିବା ବେଳେ ଭବାନିପାଟଣାରେ ୩୫.୨ ଡିଗ୍ରୀ ସେଲସିୟସ୍, ଟିଟିଲାଗଡ଼ରେ ୩୫.୪ ଡିଗ୍ରୀ, ବଲାଙ୍ଗୀରରେ ୩୫ ଡିଗ୍ରୀ, ଫୁଲବାଣୀରେ ୩୪.୮ ଡିଗ୍ରୀ, ଅନୁଗୁଳରେ ୩୪.୧ ଡିଗ୍ରୀ, ତାଳଚେର, ନୟାଗଡ଼ ଓ ଭଦ୍ରକରେ ୩୪ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରହିଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031