Indus Valley Times

ରାଜ୍ୟରେ କନ୍ୟାସନ୍ତାନ ଜନ୍ମହାରରେ ବୌଦ୍ଧଜିଲ୍ଲା ପଂଚମ ସ୍ଥାନରେ ରହିଛି

 Breaking News

ରାଜ୍ୟରେ କନ୍ୟାସନ୍ତାନ ଜନ୍ମହାରରେ ବୌଦ୍ଧଜିଲ୍ଲା ପଂଚମ ସ୍ଥାନରେ ରହିଛି

ରାଜ୍ୟରେ କନ୍ୟାସନ୍ତାନ ଜନ୍ମହାରରେ ବୌଦ୍ଧଜିଲ୍ଲା ପଂଚମ ସ୍ଥାନରେ ରହିଛି
February 19
09:55 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୯/୨:ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ପିସିପିଏନ୍‌ଡିଟି ଆଇନ ଅନ୍ତର୍ଗତ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଚାଲୁଥିବା ଅଲ୍‌ଟ୍ରାସାଉଣ୍ଡ୍ କ୍ଲିନିକ୍ ଗୁଡିକର କାର୍ଯ୍ୟକାରିତା, ନିୟମିତ ବ୍ୟବଧାନରେ କ୍ଲିନିକ୍ ଗୁଡିକର ଯାଂଚ୍‌, ପଂଜିକୃତ କ୍ଲିନିକର ନବୀକରଣ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଲ୍‌ଟ୍ରାସାଉଣ୍ଡ୍ ମେସିନ୍ ସ୍ଥାପନ, କନ୍ୟା ଭୃଣହତ୍ୟା ନିରୋଧ ଆଇନ ସଂପର୍କରେ ଜନସଚେତନତା ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଡା. ତ୍ରିଲୋଚନ ପ୍ରଧାନ ସୂଚନା ଦେଇଥିଲେ ଯେ, ୨୦୧୧ ଜନଗଣନା ଅନୁଯାୟୀ ବୌଦ୍ଧଜିଲ୍ଲାରେ କନ୍ୟା ସନ୍ତାନ ଜନ୍ମହାର ଓ ଲିଙ୍ଗ ଅନୁପାତ ଯଥାକ୍ରମେ ୯୭୮ ଓ ୯୯୧ ରହିଛି । ଓଡିଶାରେ କନ୍ୟାସନ୍ତାନ ଜନ୍ମହାର ଆକଳନ ଅନୁଯାୟୀ, ନବରଂଗପୁର, ମାଲକାନଗିରି, ନୂଆପଡା ଓ କୋରାପୁଟ ଜିଲ୍ଲା ପଛକୁ ବୌଦ୍ଧ ଜିଲ୍ଲା ପଂଚମ ସ୍ଥାନରେ ରହିଅଛି । ଜିଲ୍ଲାରେ ଏହି ହାରକୁ ବଜାୟ ରଖିବା ନିମନ୍ତେ ସମସ୍ତ ବୁଦ୍ଧିଜୀବି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ଜନସାଧାରଣ ପ୍ରତିଶ୍ରୁତିବଦ୍ଧ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏଥିସହିତ ଜିଲ୍ଲା କ୍ୱାଲିଟି ଆସିଓରାନ୍ସ କମିଟିର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ପରିବାର କଲ୍ୟାଣ ଯୋଜନା ଅନ୍ତର୍ଗତ ଉପଲବ୍ଧ ହେଉଥିବା ସେବା ଗୁଡ଼ିକର ଗୁଣବତା, ପ୍ରୋତ୍ସାହନ ରାଶି ପ୍ରଦାନ, ବନ୍ଧ୍ୟାକଣ ଅସ୍ତ୍ରୋପଚାର ବିଫଳ ହୋଇଥିବା ସ୍ଥଳେ କ୍ଷତିପୂରଣ ରାଶି ପ୍ରଦାନ, କାୟାକଳ୍ପ ଓ ଲକ୍ଷ୍ୟ ଅନୁଯାୟୀ ସମସ୍ତ ସରକାରୀ ଚିକିତ୍ସାଳୟ ଗୁଡ଼ିକର ମାନ ପୁର୍ବ ଅପେକ୍ଷା ଭଲ ରହିବା ଦରକାର । ଏଥିସହ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟର ଡ୍ରେନେଜ ବ୍ୟବସ୍ଥା ନେଇ ଆଲୋଚନାରେ ଜିଲ୍ଲାପାଳ ଅସୋନ୍ତଷ ପ୍ରକାଶ କରିବାସହ ଡାକ୍ତରଖାନାର ବିଭିନ୍ନ ଡ୍ରେନରୁ ଜଳ ନିସ୍କାସନ ପାଇଁ ବ୍ୟବସ୍ଥା କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଜିଲ୍ଲାର କଂଟାମାଳ ଠାରେ ଏକ ବ୍ଲଡ ବ୍ୟାଙ୍କ ସ୍ଥାପନ କରିବା ପାଇଁ ବୈଠକରେ ପ୍ରସ୍ତାବ ଗୃହିତ ହୋଇଥିଲା । ଜିଲ୍ଲାରେ ଗର୍ଭବତୀ ମହିଳାଙ୍କ ନିମନ୍ତେ ୪ଟି ଅଲଟ୍ରାସାଉଣ୍ଡ କ୍ଲିନିକ କାର୍ଯ୍ୟକ୍ଷମ ଥିବାବେଳେ ଅନ୍ୟ ରୋଗୀଙ୍କ ପାଇଁ ଏକ ଅଲଟ୍ରାସାଉଣ୍ଡ ପରିକ୍ଷାେକେନ୍ଦ୍ର ଖୋଲାଯିବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଏନ୍ ସି ଜ୍ୟୋତିରଂଜନ ନାୟକ, ଜିଲ୍ଲା ପରିବାରକଲ୍ୟାଣ ଅଧିକାରୀ, ଡା. ଭଂଜକିଶୋର ରାମଚନ୍ଦ୍ର ଦେଓ ହେମ୍ରମ୍‌, ଡା. କିଶୋର ଚନ୍ଦ୍ର ପଟ୍ଟନାୟକ, ଡା. ଉମେଶଚନ୍ଦ୍ର ପାଣିଗ୍ରାହୀ, ଡା. ବିଜୟ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ବିରଂଚି ଧରୁଆ, ସ୍ୱତନ୍ତ୍ର ପବ୍ଲିକ୍ ପ୍ରୋସିକ୍ୟୁଟର୍‌, ଯୋଗେଶ୍ ପ୍ରସାଦ ନାୟକ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଂପାଦକ, ପୁଷ୍ପାଂଜଳି ପ୍ରଧାନ, ମହିଳା ଉଦ୍ୟୋଗ ସଂପାଦକ ଜୟନ୍ତୀ ଷଡଙ୍ଗୀ, ଏଡିପିଏଚ୍ ସିଓ ରବିନ୍ଦ୍ର କୁମାର ପ୍ରଧାନ, ଡିପିଏମ୍ ରୂପକ କୁମାର ମହାପାତ୍ର, ଜିଲ୍ଲା ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର, ହସ୍ପିଟାଲ୍ ମ୍ୟାନେଜର୍ ଡା. ବିନାୟକ ପାଣିଗ୍ରାହୀ, ଜିକେଏସ୍ ମ୍ୟାନେଜର୍ ରଂଜନ୍ କୁମାର ପରିଚ୍ଛା ତଥା ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ବୌଦ୍ଧ: ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୧୯/୨: ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଡକ ସୁରକ୍ଷା, ଏମଏସିଟି ଏବଂ ଏମଭି ଆକ୍ଟ ଏବଂ ବୀମା କମ୍ପାନୀ ଇତ୍ୟାଦି ସହିତ ଜଡିତ ଦାବି ଟ୍ରୀବ୍ୟୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁନାଲ ଚୁକ୍ତିନାମା ପ୍ରକ୍ରୀୟା ଉପରେ ବୌଦ୍ଧ ପଂଚାୟତ କଲେଜ୍ ଠାରେ ସରକାରଙ୍କ କୋଭିଡ୍‌-୧୯ ନିର୍ଦ୍ଦେଶାବଳି ଅନୁସରଣ କରି ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହା କାର୍ଯ୍ୟକ୍ରମ ପ୍ରତିମା ପଣ୍ଡା ,ଜିଲ୍ଲା ଓ ଦୌରା ଜଜ୍‌, ବୌଦ୍ଧ ଙ୍କ ଅଧକ୍ଷତାରେ ପରିଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସତ୍ୟନାରାୟଣ ଷଡଙ୍ଗୀ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌, ହୃଷିକେଶ ଆଚାର‌୍ୟ, ମୁଖ୍ୟ ଦଣ୍ଡାଧିଶ ଅଧିକାରୀ, ପ୍ରିତିଶ କୁମାର ରାଉତରାୟ, ରେଜିଷ୍ଟ୍ରର, ଦେବ୍ୱାନି ଅଦାଲତ,ଚରଣଜିତ ଓରାମ, ସଚିବ, ଜିଲ୍ଲା ଆଇନସେବା ପ୍ରାଧିକରଣ, ଶିବାନୀ ମିଶ୍ର, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି, ଧିରେନ କୁମାର ସ୍ୱାଇଁ, ଡି.ଏସ୍‌.ପି., ସାଲ୍‌ଖୁ ମୁର୍ମୁ, ଅତିରିକ୍ତ ଆଂଚଳିକ ପରିବହନ ଅଧିକାରୀ, ରଘୁନାଥ ମେହେର, ଓକିଲ, ଅଧ୍ୟାପକ ପ୍ରବିର ଦାସ, ଏନସିସି ଅଧିକାରୀ ଅଧ୍ୟାପକ ଡା. ମହେନ୍ଦ୍ରନାଥ ଦେବତା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ପଂଚାୟତ କଲେଜ୍‌ର ଅଧ୍ୟାପକ ଅଧ୍ୟାପିକା, ଛାତ୍ରୀମାନେ ଏବଂ ପି.ଏଲ.ଭି ମାନେ ସାମାଜିକ ଦୁରତା ରକ୍ଷାକରି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସରକାର ଙ୍କ ସଡକ ସୁରକ୍ଷା ଏବଂ ଯାନବାହାନ ର ବିଭିନ୍ନ ନିୟମାବଳିମ।।ନ ଯଥା ମଦ୍ୟପାନ କରି ଗାଡି ଚଲାନ୍ତୁ ନାହିଁ, ସର୍ବଦା ସିଟ ବେଲ୍ଟ ଏବଂ ହେଲମେଟ ପିନ୍ଧି ଗାଡି ଚଲାନ୍ତୁ, ରାସ୍ତାରେ ସିଗନାଲ୍ କେବେ ଭାଙ୍ଗନ୍ତୁ ନାହିଁ, ଗାଡି ଧିରେ ଚଲାନ୍ତୁ ଆଦି ଉପରେ ଆଲୋକପାତ କରାଯାଇଥିଲା । ଏହା ସହ ସଡକର ବିଭିନ୍ନ ନିୟମ ଭଙ୍ଗ କଲେ ତାହା ଉପରେ ଲାଗିଥିବା ସରକାରଙ୍କ ଜରିମାନା ଏବଂ ଦଣ୍ଡ ବ୍ୟବସ୍ଥା ଉପରେ ଆଲୋକପାତ କରାଯାଇଥିଲା ।
ବୌଦ୍ଧ: ଜୀବନ କୌଶଳ ବିତିକ କୈଶୋର ସ୍ୱାସ୍ଥ୍ୟ ତାଲିମ ଶିବିର ଅନୁଷ୍ଠିତି
ବୌଦ୍ଧ,୧୯/୨: ବୌଦ୍ଧବ୍ଲକ ବାଉଁଶୁଣୀସ୍ଥିତ ୱାସିଡିଏ ପକ୍ଷରୁ କାର୍ଯ୍ୟାଳୟର ସଭାଗୃହ ବୌଦ୍ଧ ବ୍ଲକର ୨୩ଟିି ବିଦ୍ୟାଳୟର ୬୫ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ଜୀବନ କୌଶଳ ଭିତିକ କୈଶର ସ୍ୱାସ୍ଥ୍ୟ ତାଲିମ ଶିବିର ଅନୁଷଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୱାସିଡିଏର ସଂପାଦକ ରାଜେନ୍ଦ୍ର ମେହେର ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରି ବିଦ୍ୟାଳୟ ଏକ ଏପରି ଅନୁଷ୍ଠାନ ଯେଉଁଥିରେ ସମସସ୍ତ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କୁ ବିଶ୍ୱାସ କରନ୍ତି ଏବଂ ଏହି କାର୍ଯ୍ୟକ୍ରମର ଲକ୍ଷ ହେଲା ଛାତ୍ରଛାତ୍ରୀମାନଙ୍କର ଜୀବନକୁ କିପରି ସରସ ସୁନ୍ଦର ଏବଂ ଉତ୍ତମ ଭାବରେ ଗଢିବା ଏହି କୌଶଳର ଅବସ୍ଥାରେ ଯାହାଦ୍ୱାରା ସେମାନେ ସମାଜରେ ଏକ ଉତ୍ତମ ବ୍ୟକ୍ତି ହୋଇ ଗଢି ପାରିବେ ବୋଲି କହିଥିଲେ । ଅନୁଷ୍ଠାନର ଉପସଭାପତି ସଦାନନ୍ଦ ମିଶ୍ର ଯୋଗଦେଇ ସମସ୍ତ ଶିକ୍ଷକମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ସ୍ନେହପ୍ରଭା ମହାପାତ୍ର ତାଲିମ ପ୍ରଦାନ କରିଥିଲେ । କାଯ୍ୟକ୍ରମର ପ୍ରକଳ୍ପ ସଂଯୋଜକ ସୁରେଶ ପ୍ରଧାନ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031