Indus Valley Times

ରାଜ୍ୟରେ କରୋନା ନେଲା ଆଉ ୫ ଜୀବନ

 Breaking News

ରାଜ୍ୟରେ କରୋନା ନେଲା ଆଉ ୫ ଜୀବନ

ରାଜ୍ୟରେ କରୋନା ନେଲା ଆଉ ୫ ଜୀବନ
July 29
12:24 2020

ଭୁବନେଶ୍ବର,୨୯/୭:ବୁଧବାର ଦିନ ରାଜ୍ୟରେ କରୋନାରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
ମୃତ୍ୟୁ ହୋଇଥିବା ୫ ସଂକ୍ରମିତ ଯଥାକ୍ରମେ ବାଲେଶ୍ବର, ପୁରୀ, ଗଞ୍ଜାମ, ଫୁଲବାଣୀ ଏବଂ ମାଲକାନଗିରି ଜିଲ୍ଲାର । ବାଲେଶ୍ବର ଜିଲ୍ଲାର ଜଣେ ୪୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ପୁରୀ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କା ମହିଳା । ଗଞ୍ଜାମ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ । ଫୁଲବାଣୀ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ ଯିଏ ଆଲକୋହଲିକ୍ ଯକୃତ ରୋଗ, ଜଣ୍ଡିସ୍ ଏବଂ ହେପାଟିକ୍ ଏନସେଫାଲୋପାଥିରେ ମଧ୍ୟ ପୀଡିତ ଥିଲେ । ମାଲକାନଗିରି ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031