Indus Valley Times

ରାଜ୍ୟରେ କରୋନା ସଂକ୍ରମଣର ଲମ୍ବ ଡିଆଁ: ଗତ ୨୪ ଘଣ୍ଟାରେ ୪୨୪ କରୋନା ସଂକ୍ରମିତ ଚିହ୍ନଟ

 Breaking News

ରାଜ୍ୟରେ କରୋନା ସଂକ୍ରମଣର ଲମ୍ବ ଡିଆଁ: ଗତ ୨୪ ଘଣ୍ଟାରେ ୪୨୪ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ କରୋନା ସଂକ୍ରମଣର ଲମ୍ବ ଡିଆଁ: ଗତ ୨୪ ଘଣ୍ଟାରେ ୪୨୪ କରୋନା ସଂକ୍ରମିତ ଚିହ୍ନଟ
January 02
10:22 2022

ଭୁବନେଶ୍ୱର,୨/୧: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଜ୍ଝ ଏହି ଆକ୍ରାନ୍ତଙ୍କ ମଧ୍ୟରେ ୦ରୁ ୧୮ ବର୍ଷ ମଧ୍ୟରେ ୬୭ ଜଣ ଥିବାବେଳେ ସଂଗରୋଧରୁ ୨୪୯ ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୧୭୫ ଜଣ ଥିବାର ଜଣାପଡିଛି ଜ୍ଝ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୭୭, କଟକରୁ ୪୫ ଜଣ ଥିବାବେଳେ ସୁନ୍ଦରଗଡରୁ ୩୮ ଓ ଷ୍ଟେଟ ପୁଲରୁ ୪୦ ଜଣ ରହିଛନ୍ତି ଜ୍ଝ
ବଡ କଥା ଯେ ଲଗାତାର ୭ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟାକୁ ନଜର ପକାଇଲେ ରବିବାର୩୦୧ ଜଣ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଜ୍ଝ ଆଜି ୪୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜାନୁଆରୀ ୧ରେ ୨୯୮, ଡିସେମ୍ବର ୩୧ରେ ୨୨୮, ଡିସେମ୍ବର ୩୦ରେ ୨୨୫, ଡିସେମ୍ବର ୨୯ରେ ୨୨୧, ଡିସେମ୍ବର ୨୮ରେ ୧୫୬ ଓ ଡିସେମ୍ବର ୨୭ରେ ୧୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଜ୍ଝ
ଆଜିର ପଜିଟିଭଙ୍କ ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୫ ହଜାର ୫୫୬ରେ ପହଞ୍ଚିଥିବାବେଳେ ୧୦ ଲକ୍ଷ ୪୪ ହଜାର ୯୬୨ ଜଣ ସୁସ୍ଥ ହୋଇଛନ୍ତି ଜ୍ଝ ବର୍ତ୍ତମାନ ୨୦୭୮ଟି ସକ୍ରିୟ ମାମଲା ରହିଛି ଜ୍ଝ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031