Indus Valley Times

ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ , ମୃତ୍ୟୁ ହାର କମିବାକୁ ଆହୁରି ୬ରୁ ୭ ସପ୍ତାହ ସମୟ ଲାଗିବ

 Breaking News

February 10
12:31 2022

ଭୁବନେଶ୍ବର ୧୦/୨: କୋଭିଡ଼ର ନୂଆ ଭାରିଆଣ୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ନୂଆ ଭାରିଆଣ୍ଟ ବିଷୟରେ ଏବେଠୁ କହିବା ବହୁତ ଶୀଘ୍ର ହୋଇଯିବ। ବର୍ତ୍ତମାନ ସମୟରେ ବିଭିନ୍ନ ଭାରିଆଣ୍ଟ ରହିବ ।
ଭାଇରସ୍ ରହିବା ପର୍ଯ୍ୟନ୍ତ ପ୍ରଜାତି ବି ବଦଳିବ । ଅଧିକ ଘାତକ ହେବ କି ନାହିଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ନିକଟରେ ତଥ୍ୟ ନାହିଁ । ପ୍ରାମାଣିକ ତଥ୍ୟ କିଛି ଆସିନାହିଁ ।
ଏବେଠୁ ତଥ୍ୟକୁ ଅପେକ୍ଷା କରିବା ଆବଶ୍ୟକ। ନାଜାଲ ଡ୍ରପ୍ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସାଇଣ୍ଟିଫିକ୍ ତଥ୍ୟ କହୁଛି ନାଜାଲ ଡ୍ରପ୍ କାମ କରୁଛି । ଗାଇଡ଼ଲାଇନ ଆସିଲେ ଯାହା କାର୍ଯ୍ୟ କରିବା କଥା କରାଯିବ ।
ରାଜ୍ୟରେ କୋଭିଡ୍ ମୃତ୍ୟୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜୟ ମହାପାତ୍ର । ସେ କହିଛନ୍ତି, ବର୍ତ୍ତମାନ ବି ବହୁ ରୋଗୀ ଆଇସିୟୁ ଓ ଭେଣ୍ଟିଲେଟରରେ ଅଛନ୍ତି।
ତେଣୁ ମୃତ୍ୟୁ ସଂଖ୍ୟା ଏପରି ରହିବ । ବର୍ତ୍ତମାନ ବି ୭୦ରୁ ୭୧ଜଣ ଆକ୍ରାନ୍ତ ଭେଣ୍ଟିଲେଟରରେ ଅଛନ୍ତି । ସଂକ୍ରମଣ ପିକ୍ ପରେ ମୃତ୍ୟୁ ସଂଖ୍ୟା କମିବାକୁ ୬ରୁ ୭ ସପ୍ତାହ ଲାଗିବ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031