Indus Valley Times

ରାଜ୍ୟରେ ଗତ ୨୪ ଘଣ୍ଟାରେ ମଧ୍ୟରେ ୨୧୦୬ କରୋନା ପଜିଟିଭ ଚିହ୍ନଟ, ୧୮ ବର୍ଷରୁ କମ୍ ବୟସର ୩୨୪ଜଣ

 Breaking News

ରାଜ୍ୟରେ ଗତ ୨୪ ଘଣ୍ଟାରେ ମଧ୍ୟରେ ୨୧୦୬ କରୋନା ପଜିଟିଭ ଚିହ୍ନଟ, ୧୮ ବର୍ଷରୁ କମ୍ ବୟସର ୩୨୪ଜଣ

ରାଜ୍ୟରେ ଗତ ୨୪ ଘଣ୍ଟାରେ ମଧ୍ୟରେ ୨୧୦୬ କରୋନା ପଜିଟିଭ ଚିହ୍ନଟ, ୧୮ ବର୍ଷରୁ କମ୍ ବୟସର ୩୨୪ଜଣ
February 06
09:47 2022

ଭୁବନେଶ୍ୱର, ୫/୨: ରବିବାର ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୦୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୬୮୧୧ଜଣକୁ ବୃଦ୍ଧି ପାଇଛି ।
ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୨୯ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୮୭୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୨୪ଜଣ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୬୬୮୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୩୬୭୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୩୪୩୫୨ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୭୯୯୬୫୧୪ ସାମ୍ପୁଲ ଟେଷ୍ଟ୍ ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031