Indus Valley Times

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୫୪୨ ଜଣ ଦୈନିକ କରୋନା ଆକ୍ରାନ୍ତ ଚିହ୍ନଟ , ୫୭ ଜଣଙ୍କ ମୃତ୍ୟୁ

 Breaking News

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୫୪୨ ଜଣ ଦୈନିକ କରୋନା ଆକ୍ରାନ୍ତ ଚିହ୍ନଟ , ୫୭ ଜଣଙ୍କ ମୃତ୍ୟୁ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୫୪୨ ଜଣ ଦୈନିକ କରୋନା ଆକ୍ରାନ୍ତ ଚିହ୍ନଟ , ୫୭ ଜଣଙ୍କ ମୃତ୍ୟୁ
July 08
10:17 2021

ଭୁବନେଶ୍ୱର, ୮/୭ : ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ଗତ ୨୪ ଘଣ୍ଟାରେ ୨୫୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪୫୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୦୮୪ଟି ହେଉଛି ଲୋକାଲ୍ କେସ୍। ସେହିଭଳି ଆଉ ୫୭ ଜଣଙ୍କ ମୃତ୍ୟୁ ନେଇ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୪୧୫କୁ ବୃଦ୍ଧି ପାଇଛି।
୨୫୪୨ ଆକ୍ରାନ୍ତଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୪୨୮ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୨୪, ବାଲେଶ୍ୱରରୁ ୨୨୧, କେନ୍ଦ୍ରାପଡ଼ାରୁ ୧୬୭, ପୁରୀରୁ ୧୫୦, ଯାଜପୁରରୁ ୧୩୯, ଜଗତସିଂହପୁରରୁ ୧୨୮, ମୟୂରଭଞ୍ଜରୁ ୧୨୪ ଓ ଭଦ୍ରକ ଜିଲ୍ଲାରୁ ୧୦୦ ଜଣ ଚିହ୍ନଟ ହୋଇଛନ୍ତି।
ଅନୁଗୋଳ ଜିଲ୍ଲାରୁ ୬୦ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୭, ବଲାଙ୍ଗିରରୁ ୨, ବୌଦ୍ଧରୁ ୭, ଦେବଗଡ଼ରୁ ୭, ଢେଙ୍କାନାଳରୁ ୩୪, ଗଜପତିରୁ ୧୫, ଗଞ୍ଜାମରୁ ୧୩, ଝାରସୁଗୁଡ଼ାରୁ ୨୪, କଳାହାଣ୍ଡିରୁ ୧୦, କନ୍ଧମାଳରୁ ୧୯, କେନ୍ଦୁଝରରୁ ୬୯, କୋରାପୁଟରୁ ୪୦, ମାଲକାନଗିରିରୁ ୪୨, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୭୮, ରାୟଗଡ଼ାରୁ ୩୭, ସମ୍ବଲପୁରରୁ ୨୮, ସୋନପୁରରୁ ୫ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୫୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୭୭ ଜଣ ଚିହ୍ନଟ ହୋଇଛନ୍ତି।
ଯେଉଁ ୫୭ ଜଣଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦିଆଯାଇଛି, ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦ ଜଣ ଅଛନ୍ତି। ସେହିପରି ବରଗଡ଼, ଗଞ୍ଜାମ, ନୟାଗଡ଼, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୫ ଜଣ ଲେଖାଏଁ ଥିବା ବେଳେ ଢେଙ୍କାନାଳ, କଳାହାଣ୍ଡି ଓ କୋରାପୁଟରୁ ୪ ଜଣ ଲେଖାଏଁ, ଅନୁଗୋଳ ଓ ମୟୂରଭଂଜରୁ ୩ ଜଣ ଲେଖାଏଁ ଏବଂ ବାଲେଶ୍ୱର, କଟକ, ଦେବଗଡ଼ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୨୦କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୧୮୬, ବାଲେଶ୍ୱରରେ ୧୩୪, ବରଗଡ଼ରେ ୧୭୨, କଟକରେ ୩୦୩, ଦେବଗଡ଼ରେ ୩୫, ଢେଙ୍କାନାଳରେ ୮୯, ଗଞ୍ଜାମରେ ୩୬୪, କଳାହାଣ୍ଡିରେ ୧୮୬, କୋରାପୁଟରେ ୬୭, ମୟୂରଭଞ୍ଜରେ ୧୪୩, ନୟାଗଡ଼ରେ ୧୨୦, ପୁରୀରେ ୨୬୦, ରାୟଗଡ଼ାରେ ୧୪୯ ଓ ସୁନ୍ଦରଗଡ଼ରେ ୩୮୪କୁ ବୃଦ୍ଧି ପାଇଛି।
୨୫୪୨ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୨ ହଜାର ୩୩୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୨୮୨ ଜଣ ସୁସ୍ଥ ହୋଇସାରିଲେଣି। ୨୭ ହଜାର ୫୮୦ ଜଣ ଚିକିତ୍ସାଧୀନ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031