Indus Valley Times

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮୦୬ ଜଣ କରୋନା ସଂକ୍ରମଣ ଚିହ୍ନଟ, ମୋଟ୍ ଆକ୍ରାନ୍ତ ସଂଖ୍ୟା ୯ ଲକ୍ଷ ୩୫ ହଜାର ୧୩୬କୁ ବୃଦ୍ଧି

 Breaking News

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮୦୬ ଜଣ କରୋନା ସଂକ୍ରମଣ ଚିହ୍ନଟ, ମୋଟ୍ ଆକ୍ରାନ୍ତ ସଂଖ୍ୟା ୯ ଲକ୍ଷ ୩୫ ହଜାର ୧୩୬କୁ ବୃଦ୍ଧି

July 09
09:13 2021

ଭୁବନେଶ୍ୱର, ୯/୭ : ଏବେ ରାଜ୍ୟରେ କରୋନା ମହାମାରୀ କେତେ ସଂଖ୍ୟା କମୁଛି ତ ଆଉ କେତେବେଳେ ପୁଣି ଦୈନିକ ସଂକ୍ରମଣ ବଢି ଭୟ ବଢାଉଛି ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୮୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କାଲି ରାଜ୍ୟରେ ୨୫୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ପୁଣି ବଢିଛି ।
ଶୁକ୍ରବାର ୨୮୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୫ ହଜାର ୧୩୬ କୁ ବୃଦ୍ଧି ପାଇଛି ।
ଶୁକ୍ରବାର ୧୬୧୩ ଜଣ କରୋନା ଆକ୍ରାନ୍ତ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୧୯୩ ଟି ଲୋକାଲ କେସ୍ ରହିଛି ।
ତେବେ ଶୁକ୍ରବାର ମଧ୍ୟ ସର୍ବାଧିକ ଖୋର୍ଦ୍ଧା ଜିଲ୍ଳାରୁ ୫୯୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ କଟରୁ ୪୪୧ ଜଣ କରୋନା କେସ୍ ସାମ୍ନାକୁ ଆସିଛି ।
ସେହିଭଳି ଅନୁଗୋଳରୁ ୧୦୨, ବାଲେଶ୍ୱରରୁ ୧୫୩, ବରଗଡରୁ ୩୩, ଭଦ୍ରକ୍ ରୁ ୮୩, ବଲାଙ୍ଗୀରରୁ ୧୦, ବୌଦ୍ଧରୁ ୯, ଦେବଗଡ ରୁ ୪, ଢେଙ୍କାନାଳରୁ ୧୨୪, ଗଜପତିରୁ ୬, ଗଞ୍ଜାମରୁ ୧୯, ଜଗତସିଂହପୁରୁ ୧୧୯, ଯାଯପୁରରୁ ୨୫୨, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୨୫, କନ୍ଧମାଳରୁ ୧୭, କେନ୍ଦ୍ରାପଡାରୁ ୫୭, କେନ୍ଦୁଝରରୁ ୭୨, କୋରାପୁଟରୁ ୨୯, ମାଲକାନାଗିରିରୁ ୩୫, ମୟୁରଭଞ୍ଜରୁ ୧୦୯, ନବରଙ୍ଗପୁରରୁ ୨୦, ନୟାଗଡରୁ ୮୬, ନୂଆପଡାରୁ ୭, ପୁରୀରୁ ୧୩୮, ରାୟଗଡାରୁ ୩୦, ସମ୍ବଲପୁରରୁ ୨୬, ସୁବର୍ଣ୍ଣପୁରୁ ୧୬, ସୁନ୍ଦରଗଡ ୬୫, ଷ୍ଟେଟ୍ ପୁଲରୁ ୧୧୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031