Indus Valley Times

ରାଜ୍ୟରେ ଗତ ୨୪ ଘଣ୍ଟାରେ ୯୧୧ ଜଣ କରୋନା ପଜିଟିଭ ଚିହ୍ନଟ, ୧୮ ବର୍ଷରୁ କମ୍ ବର୍ଗର୍ର ୧୧୬ଜଣ

 Breaking News

ରାଜ୍ୟରେ ଗତ ୨୪ ଘଣ୍ଟାରେ ୯୧୧ ଜଣ କରୋନା ପଜିଟିଭ ଚିହ୍ନଟ, ୧୮ ବର୍ଷରୁ କମ୍ ବର୍ଗର୍ର ୧୧୬ଜଣ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୯୧୧ ଜଣ କରୋନା ପଜିଟିଭ ଚିହ୍ନଟ, ୧୮ ବର୍ଷରୁ କମ୍ ବର୍ଗର୍ର ୧୧୬ଜଣ
August 21
10:06 2021

ଭୁବନେଶ୍ୱର, ୨୧/୮: ରାଜ୍ୟରେ ଗତ ୨୪ ଘଣ୍ଟାରେ ୯୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୧୬ ଜଣ ଅଛନ୍ତି। ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଯାଇଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୩୧ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୩୮୦ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୨ ଜଣ ଚିହ୍ନଟ ହୋଇଛନ୍ତି।
କଟକ ଜିଲ୍ଲାରୁ ୮୮ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୨୩, ବାଲେଶ୍ୱରରୁ ୫୧, ବରଗଡ଼ରୁ ୭, ଭଦ୍ରକରୁ ୧୨, ବଲାଙ୍ଗିରରୁ ୫, ଦେବଗଡ଼ରୁ ୧୦, ଢେଙ୍କାନାଳରୁ ୧୬, ଗଜପତିରୁ ୬, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୪, ଯାଜପୁରରୁ ୪୯, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୭, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୩୧, କେନ୍ଦୁଝରରୁ ୧୦, କୋରାପୁଟରୁ ୬, ମାଲକାନଗିରିରୁ ୭, ମୟୂରଭଞ୍ଜରୁ ୩୮, ନୟାଗଡ଼ରୁ ୧୯, ପୁରୀରୁ ୩୦, ରାୟଗଡ଼ାରୁ ୭, ସମ୍ବଲପୁରରୁ ୧୩, ସୋନପୁରରୁ ୩ ଓ ଷ୍ଟେଟ୍ ପୁଲ୍ରୁ ୭୯ ଜଣ ଚିହ୍ନଟ ହୋଇଛନ୍ତି।
ବୌଦ୍ଧ, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରୁ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ୯୧୧ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୪ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୮୩ ହଜାର ୨୪୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୯,୪୯୭ ଜଣ ଚିକିତ୍ସାଧୀନ ଅଛନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୬୬ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭,୨୮୯କୁ ବୃଦ୍ଧି ପାଇଛି।
ଏହି ୬୬ ଜଣ ମୃତକଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲାରୁ ସର୍ବାଧିକ ୧୧ ଜଣ ଥିବା ବେଳେ କଟକରୁ ୧୦, ଢେଙ୍କାନାଳରୁ ୮, କେନ୍ଦ୍ରାପଡ଼ାରୁ ୭, ଅନୁଗୋଳ ଓ ଯାଜପୁରରୁ ୬ ଜଣ ଲେଖାଏଁ, ଭଦ୍ରକରୁ ୫, ବାଲେଶ୍ୱରରୁ ୪, ଖୋର୍ଦ୍ଧାରୁ ୩ ଏବଂ କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡ଼ରୁ ୨ ଜଣ ଲେଖାଏଁ ଅଛନ୍ତି।
ଏହା ସହିତ ଜଗତସିଂହପୁର ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୪କୁ ବୃଦ୍ଧି ପାଇଥିବା ବେଳେ କଟକରେ ୫୮୮, ଢେଙ୍କାନାଳରେ ୧୮୦, କେନ୍ଦ୍ରାପଡ଼ାରେ ୨୦୦, ଅନୁଗୋଳରେ ୩୨୪, ଯାଜପୁରରେ ୧୧୯, ଭଦ୍ରକରେ ୧୧୯, ବାଲେଶ୍ୱରରେ ୨୫୨, ଖୋର୍ଦ୍ଧାରେ ୧,୪୧୦, କେନ୍ଦୁଝରରେ ୧୫୩, ମୟୂରଭଞ୍ଜରେ ୨୫୧ ଓ ନୟାଗଡ଼ରେ ୧୯୫ରେ ପହଞ୍ଚିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031