Indus Valley Times

ରାଜ୍ୟରେ ଗାଡ଼ି କାଗଜପତ୍ରର ବୈଧତା ଅବଧି ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି

 Breaking News

ରାଜ୍ୟରେ ଗାଡ଼ି କାଗଜପତ୍ରର ବୈଧତା ଅବଧି ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି

ରାଜ୍ୟରେ ଗାଡ଼ି କାଗଜପତ୍ରର ବୈଧତା ଅବଧି ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି
July 21
12:45 2020

ଭୁବନେଶ୍ୱର,୨୧/୭ : ରାଜ୍ୟରେ ଲକଡାଉନ ସ୍ଥିତି ଜାରି ରହିଥିବାରୁ ଗାଡ଼ିର ଫିଟନେସ, ପରମିଟ୍, ଡ୍ରାଇଭିଂ ଲାଇସେନ୍ସ ଏବଂ ରେଜିଷ୍ଟ୍ରେସନ ସଂକ୍ରାନ୍ତ କାଗଜପତ୍ରର ବୈଧତା ବୃଦ୍ଧି କରାଯାଇଛି। ଏ ସମସ୍ତ କାଗଜପତ୍ରର ବୈଧତା ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏ ବୃଦ୍ଧି କରାଯାଇଛି। ଏହି ସମୟସୀମା ମଧ୍ୟରେ କୌଣସି କାଗଜପତ୍ରର ବୈଧତା ଶେଷ ହେଲେ ବି ତାକୁ ବୈଧ ବୋଲି ବିଚାର କରାଯିବାକୁ ପରିବହନ କମିସନର ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ଗାଡ଼ିର ଫିଟନେସ, ସମସ୍ତ ପ୍ରକାର ପରମିଟ, ଡ୍ରାଇଭିଂ ଲାଇସେନ୍ସ, ପଞ୍ଜିକରଣ ସାର୍ଟିଫିକେଟ ଏବଂ ଅନ୍ୟାନ୍ୟ ଯାନବାହାନ ସଂକ୍ରାନ୍ତ ଯେଉଁ ପ୍ରମାଣପତ୍ରର ବୈଧତା ଫେବ୍ରୁଆରି ୧ ତାରିଖରୁ ଶେଷ ହୋଇଯାଇଛି, ସେଗୁଡ଼ିକର ବୈଧତା ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ମୋଟର ଯାନ ଆଇନ ୧୯୮୮ ଏବଂ କେନ୍ଦ୍ରୀୟ ମୋଟର ଭେଇକିଲ୍ ରୁଲ ୧୯୮୯ ଆଧାରରେ ଲକଡାଉନ ପାଇଁ ବୈଧତା ବୃଦ୍ଧି କରାଯାଇଛି। ଯେଉଁ ଯାନବାହାନର ଫିଟନେସ୍, ନନ୍ ଟ୍ରାନସପୋର୍ଟ ଭେଇକିଲର ପଞ୍ଜିକରଣ ସାର୍ଟିଫିକେଟ୍, ଡ୍ରାଇଭିଂ ଲାଇସେନ୍ସ ଫେବ୍ରୁଆରି ୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଶେଷ ହେଉଥିବ, ସେଗୁଡ଼ିକର ବୈଧତା ସେପ୍ଟେମ୍ବର ୩୦ ତାରିଖ ପର‌୍ୟ୍ୟନ୍ତ ବୈଧ ବୋଲି ଧରାଯିବ। ସେହିପରି ଯେଉଁ ଲର୍ଣ୍ଣିଂ ଲାଇସେନ୍ସ ଗୁଡ଼ିକର ବୈଧତା ମାର୍ଚ୍ଚ ୧୮ ତାରିଖରୁ ସେପ୍ଟେମ୍ବର ୩୦ ଭିତରେ ଶେଷ ହେଉଛି, ସେଗୁଡ଼ିକର ବୈଧତା ସେପ୍ଟେମ୍ବର ୩୦ ଯାଏ ରହିବ। ଯେଉଁ ମାଲ ପରିବହନ ଗାଡ଼ି, ଶିକ୍ଷାନୁଷ୍ଠାନରେ ବ୍ୟବହାର ହେଉଥିବା ବସ, ବ୍ୟକ୍ତିଗତ ଗାଡ଼ିର ପରମିଟ୍ ଗଲା ଫେବ୍ରୁଆରି ୧ ତାରିଖରୁ କିମ୍ବା ସେପ୍ଟେମ୍ବର ୩୦ ତାରିଖରେ ଶେଷ ହେବ, ସେଗୁଡ଼ିକ ସେପ୍ଟମ୍ବର ୩୦ ଯାଏ ବୈଧ ବୋଲି ବିଚାର କରାଯିବ। ପରିବହନ କମିସନର ସଂଜୀବ ପଣ୍ଡା କହିଛନ୍ତି ଯେ ଲୋକଙ୍କ ସୁବିଧା ପାଇଁ ବୈଧତା ସମୟସୀମା ବୃଦ୍ଧି କରାଯାଇଛି।

-Sambad

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031