Indus Valley Times

ରାଜ୍ୟରେ ଚାଲିବ ହାଇଡ୍ରୋଜେନ ଚାଳିତ ବସ୍‌

 Breaking News

ରାଜ୍ୟରେ ଚାଲିବ ହାଇଡ୍ରୋଜେନ ଚାଳିତ ବସ୍‌

December 24
11:05 2024

ଭୁବନେଶ୍ୱର,୨୪/୧୨ : ଖୁବଶୀଘ୍ର ରାଜ୍ୟରେ ଗଡ଼ିବ ଗ୍ରୀନ ହାଇଡ୍ରୋଜେନ ବସ। ଗ୍ରୀଡକୋ, ଏନଟିପିସି ଓ କ୍ରୁଟ ସହିତ ଗ୍ରୀନ ହାଇଡ୍ରୋଜେନ୍ ବସ ଚଳାଚଳ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି।
ଆସନ୍ତା ବର୍ଷ ଅଗଷ୍ଟ ୧୫ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ଗ୍ରୀନ ହାଇଡ୍ରୋଜେନ୍ ଚାଳିତ ତିନୋଟି ବସ ଚାଲିବା ନେଇ ନିର୍ଦେଶ ହୋଇଛି। ତେବେ ଏହି ତିନୋଟି ବାସ ମଧ୍ୟରୁ ପ୍ରଥମ ବସ ପୁରୀକୁ ଗଡ଼ିବ। ଏହାପରେ ପର୍ଯ୍ୟାୟକ୍ରମେ ଏହି ବସ ଭୁବନେଶ୍ୱର, କଟକରେ ଗଡିବ। ତେବେ ଏହି ନିର୍ମାଣକୁ ନେଇ ଏନଟିପିସିକୁ ଦାୟିତ୍ଵ ଦିଆଯାଇଛି।
ଏଥିପାଇଁ ସରକାରଙ୍କ ତରଫରୁ ଭୁବନେଶ୍ବର ଗାଡ଼କଣରେ ଜାଗା ଦିଆଯାଇଛି। ତେବେ ଏହି ବାସ ଚାଲିବାକୁ ନେଇ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ବିଭାଗ ମନ୍ତ୍ରୀ କେଭି ସିଂଦେଓ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031