Indus Valley Times

ରାଜ୍ୟରେ ଚିନ୍ତା ବଢାଇଲା ଇନଫ୍ଲୁଏଞ୍ଜା ଏଚ୍୩ଏନ୍୨ ଭାଇରସ୍, ୨୨୫ରୁ ୫୯ ନମୁନା ପଜିଟିଭ୍

 Breaking News

ରାଜ୍ୟରେ ଚିନ୍ତା ବଢାଇଲା ଇନଫ୍ଲୁଏଞ୍ଜା ଏଚ୍୩ଏନ୍୨ ଭାଇରସ୍, ୨୨୫ରୁ ୫୯ ନମୁନା ପଜିଟିଭ୍

March 11
18:39 2023

ଭୁବନେଶ୍ବର,୧୧/୩: ଓଡ଼ିଶାରେ ୫୯ଟି ଏଚ୍୩ଏନ୍୨ ଭୂତାଣୁ ଚିହ୍ନଟ ହୋଇଛି। ଗତ ଜାନୁଆରି ଓ ଫେବ୍ରୁଆରି ମାସରେ ୨୨୫ଟି ନମୁନା ସଂଗୃହୀତ ହୋଇଥିଲା। ପରୀକ୍ଷା ପରେ ଏଥିରୁ ୫୯ଟି ଏଚ୍୩ଏନ୍୨ ଭୂତାଣୁ ଚିହ୍ନଟ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମ୍ଆରସି) ନିର୍ଦ୍ଦେଶିକା ସଂଘମିତ୍ରା ପତି ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଏଚ୍୩ଏନ୍୨ ଭାଇରସରେ କୋଭିଡ-୧୯ ଭଳି ଲକ୍ଷଣ ଦେଖାଯାଇଥାଏ, ଯାହାକି ସବୁ ବୟସ ବର୍ଗର ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ। ବିଶେଷଜ୍ଞ ଡାକ୍ତରଙ୍କ କହିବା ଅନୁସାରେ ବାୟୁ ପ୍ରଦୂଷଣ ଯୋଗୁଁ ଏହି ଭୂତାଣୁ ଶୀଘ୍ର ବ୍ୟାପିପାରେ।
ଏହାର ଲକ୍ଷଣ ହେଲା ଜ୍ବର, କଫ, ବାନ୍ତି, ଗଳା ଯନ୍ତ୍ରଣା, ଶରୀର ପୀଡ଼ା, ଥକ୍କା ଲାଗିବା ଆଦି। ଏଥି ସହିତ ଯଦି ଶ୍ବାସକ୍ରିୟାରେ ସମସ୍ୟା ଆସିଥାଏ ଏବଂ କ୍ରମାଗତ ଭାବେ ଜ୍ବର ହୋଇଥାଏ, ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ, ଖାଇବାରେ ଅସୁବିଧା ହୁଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଆଯିବା ଦରକାର।
ଇଣ୍ଡିଆନ କାଉନସିଲ ଫର୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର) ମୁତାବକ ରୋଗ ପ୍ରତିଷେଧକ କମ ଥିବା ବରିଷ୍ଠ ନାଗରିକ ଓ ରୋଗୀ ଲୋକଙ୍କ ଠାରେ ଏହି ଗୁରୁତର ଲକ୍ଷଣ ଦେଖାଯାଇପାରେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031