Indus Valley Times

ରାଜ୍ୟରେ ଉପରେ ମୁହାଁ କରୋନା ଗ୍ରାଫ: ଗତ ୨୪ଘଣ୍ଟା ମଧ୍ୟରେ ୮୭୯ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

 Breaking News

ରାଜ୍ୟରେ ଉପରେ ମୁହାଁ କରୋନା ଗ୍ରାଫ: ଗତ ୨୪ଘଣ୍ଟା ମଧ୍ୟରେ ୮୭୯ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଉପରେ ମୁହାଁ କରୋନା ଗ୍ରାଫ: ଗତ ୨୪ଘଣ୍ଟା ମଧ୍ୟରେ ୮୭୯ଜଣ ନୂଆ କରୋନା ପଜିଟିଭ ଚିହ୍ନଟ
April 08
11:35 2021

ଭୁବନେଶ୍ବର, ୮/୪: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୭୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୧୮ଜଣ ସଙ୍ଗରୋଧରୁ ଏବଂ ୩୬୧ଜଣ ସ୍ଥାନୀୟ ସଂକ୍ରମିତ ଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ।
ଗତ ୨୪ ଘଣ୍ଟା ଭିତରେ ଖୋର୍ଦ୍ଧାରେ ୧୪୪ ଜଣ, ସୁନ୍ଦରଗଡରେ ୧୩୧ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରେ ୨୦ଜଣ, ବାଲେଶ୍ୱରରେ ୨୨ ଜଣ, ବରଗଡ଼ରେ ୫୩ ଜଣ, ଭଦ୍ରକରେ ୧୭ ଜଣ, ବଲାଙ୍ଗୀରରେ ୨୬ ଜଣ, କଟକରେ ୫୦ ଜଣ, ବୌଦ୍ଧରେ ଜଣେ ଓ ଜଗତସିଂହପୁରରେ ୨ଜଣ ଚିହ୍ନଟ ହୋଇଛନ୍ତି ।
ଅନ୍ୟପଟେ ଦେବଗଡ଼ ଓ ଗଜପତିରେରେ ଜଣେ ଲେଖାଏଁ, ଗଞ୍ଜାମରେ ୩୧ ଜଣ, ଯାଜପୁରରେ ୧୫ ଜଣ, ଝାରସୁଗୁଡାରେ ୨୩ ଜଣ, କଳାହାଣ୍ଡିରେ ୪୩ ଜଣ, କନ୍ଧମାଳରେ ୫ ଜଣ, କେନ୍ଦ୍ରାପଡ଼ାରେ ୯ ଜଣ, କେଉଁଝରରେ ୨୫ଜଣ, କୋରାପୁଟରେ ୫ ଜଣ, ମୟୁରଭଞ୍ଜରେ ୨୯ ଜଣ, ନବରଙ୍ଗପୁରରେ ୧୯ ଜଣ, ନୟାଗଡରେ ୬ ଜଣ, ନୂଆପଡ଼ାରେ ୬୧ ଜଣ, ପୁରୀରେ ୪୫ ଜଣ, ରାୟଗଡ଼ାରେ ୧୩ ଜଣ, ସମ୍ବଲପୁରରେ ୪୮ ଜଣ, ସୋନପୁରରେ ୨ ଜଣ, ଷ୍ଟେଟ ପୁଲରେ ୩୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସୂଚନାନୁସାରେ, ଏବେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩, ୪୫, ୫୨୬ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୩, ୩୮, ୬୬୨ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୪୮୮୮ଟି ସକ୍ରିୟ ମାମଲା ରହିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031