Indus Valley Times

ରାଜ୍ୟରେ ଜୁଲାଇ ୨୬ ତାରିଖରେ ଖୋଲିବ ସ୍କୁଲ: ସିବିଏସଇ ଢାଞ୍ଚାରେ ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା

 Breaking News

ରାଜ୍ୟରେ ଜୁଲାଇ ୨୬ ତାରିଖରେ ଖୋଲିବ ସ୍କୁଲ: ସିବିଏସଇ ଢାଞ୍ଚାରେ ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା

July 17
19:00 2021

ଭୁବନେଶ୍ବର, ୧୭/୭ : ରାଜ୍ୟରେ ଆସନ୍ତା ୨୬ ତାରିଖରୁ ସମସ୍ତ ସ୍କୁଲ ଖୋଲୁଥିବାବେଳେ ମୂଲ୍ୟାଙ୍କନ ପ୍ରକ୍ରିୟାକୁ ପ୍ରଥମଥର ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସଇ ଢାଞ୍ଚାରେ କରିବ ବୋଲି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀମାନେ ସବୁ ପରୀକ୍ଷାକୁ ଗୁରୁତ୍ବ ଦେବେ । ଶିକ୍ଷକ ଓ ଶିକ୍ଷୟତ୍ରୀ ସେହି ବିସାବରେ ମୂଲ୍ୟାଙ୍କନ କରିବେ ।
ଯଦି ମୂଲ୍ୟାଙ୍କନରେ କୌଣସି ସମସ୍ୟା ହୁଏ ତେବେ ସ୍ବେଚ୍ଛାକୃତ ଭାବେ ଛାତ୍ରଛାତ୍ରୀ ବୋର୍ଡ ଦ୍ବାରା ନିର୍ଦ୍ଧାରିତ ପରୀକ୍ଷା ଦେବେ ଓ
ସେପଟେ ଯଦି ପରିସ୍ଥିତି ଠିକ ରହିବ ତେବେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପାଠ ପଢା ମଧ୍ୟ ଆରମ୍ଭ ହେବ । ତେବେ କରୋନା ପରିସ୍ଥିତିକୁ ଦେଖି ଧିରେ ଧିରେ ରାଜ୍ୟ ସରକାର ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ମଧ୍ୟ ଯୋଜନା କରିଛନ୍ତି ।
ସିବିଏସଇ ଢାଞ୍ଚାରେ ବର୍ଷକରେ ଚାରିଟି ଫର୍ମେଟିଭ ଓ ଦୁଇଟି ସବମେଟିଭ ଆସେସମେଣ୍ଟ ପରୀକ୍ଷା ହେବ । ସେପ୍ଟମ୍ବର ପ୍ରଥମ ସପ୍ତାହ ଓ ନଭେମ୍ବର ଦ୍ବିତୀୟ ସପ୍ତାହରେ ପରୀକ୍ଷା ହେବ । ସେହିପରି ଜାନୁଆରୀ ଦ୍ବିତୀୟ ସପ୍ତାହ ଓ ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ପରୀକ୍ଷା ପରିଚାଳନା ହେବ ।
ଯଦି କୌଣସି କାରଣରୁ ଫାଇନାଲ ପରୀକ୍ଷା ନହୋଇପାରେ ତେବେ ଆସେସମେଣ୍ଟ ପରୀକ୍ଷା ଆଧାରରେ ମୂଲ୍ୟାଙ୍କନ କରାଯିବ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031