Indus Valley Times

ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ, ଚିହ୍ନଟ ହେଲେ ୬୬୮ ଜଣ ନୂଆ ସଂକ୍ରମିତ

 Breaking News

ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ, ଚିହ୍ନଟ ହେଲେ ୬୬୮ ଜଣ ନୂଆ ସଂକ୍ରମିତ

ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ, ଚିହ୍ନଟ ହେଲେ ୬୬୮ ଜଣ ନୂଆ ସଂକ୍ରମିତ
November 23
12:16 2020

ଭୁବନେଶ୍ବର ୨୩।୧୧: ରାଜ୍ୟରେ କରୋନା ଗ୍ରାଫ ଏବେ ତଳ ମୁହଁାଁ ରୁହୁଛି । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । କିନ୍ତୁ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି । ସୋମବାର ଦିନ ୬୬୮ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୪୬୨୯ରେ ପହଞ୍ଚିଛି ।
ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୮୫ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୨୮୩ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୬ଜଣ, ବାଲେଶ୍ୱର ଜିଲ୍ଲାରୁ ୩୮ଜଣ, ବରଗଡ଼ ଜିଲ୍ଲାରୁ ୧୮ଜଣ, ଭଦ୍ରକ ଜିଲ୍ଲାରୁ ୧୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୮ଜଣ, ବୌଦ୍ଧ ଜିଲ୍ଲାରୁ ୭ଜଣ, କଟକ ଜିଲ୍ଲାରୁ ୩୭ଜଣ, ଦେଓଗଡ଼ ଜିଲ୍ଲାରୁ ୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୬ଜଣ, ଗଜପତି ଜିଲ୍ଲାରୁ ୪ଜଣ, ଗଞ୍ଜାମ ଜିଲ୍ଲାରୁ ୧୨ଜଣ, ଜଗତସିଂହପୁର ଜିଲ୍ଲାରୁ ୨୫ଜଣ, ଯାଜପୁର ଜିଲ୍ଲାରୁ ୧୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୩ଜଣ, କଳାହାଣ୍ଡି ଜିଲ୍ଲାରୁ ୧୧ଜଣ, କନ୍ଧମାଳ ଜିଲ୍ଲାରୁ ୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୧ଜଣ, କେନ୍ଦୁଝର ଜିଲ୍ଲାରୁ ୩୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୬ଜଣ, ମାଲକାନଗିରି ଜିଲ୍ଲାରୁ ୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୯ଜଣ, ନୟାଗଡ଼ ଜିଲ୍ଲାରୁ ୮ଜଣ, ନୂଆପଡ଼ା ଜିଲ୍ଲାରୁ ୬୮ଜଣ, ପୁରୀ ଜିଲ୍ଲାରୁ ୨୩ଜଣ, ରାୟଗଡ଼ା ଜିଲ୍ଲାରୁ ୨ଜଣ, ସମ୍ବଲପୁର ଜିଲ୍ଲାରୁ ୨୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫୫ଜଣ, ଷ୍ଟେଟ ପୁଲ୍ରୁ ୧୨ଜଣ ରହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031