Indus Valley Times

ରାଜ୍ୟରେ ଥମୁନି କରୋନା ଜନିତ ମୃତ୍ୟୁ, ଗତ ୨୪ ଘଣ୍ଟାରେ ୫୯ ଜଣଙ୍କ ମୃତ୍ୟୁ

 Breaking News

ରାଜ୍ୟରେ ଥମୁନି କରୋନା ଜନିତ ମୃତ୍ୟୁ, ଗତ ୨୪ ଘଣ୍ଟାରେ ୫୯ ଜଣଙ୍କ ମୃତ୍ୟୁ

July 07
10:22 2021

ଭୁବନେଶ୍ୱର, ୭/୭ : ଥମିବା ନାଁ ଧରୁନି କରୋନା ମୃତ୍ୟୁର ତାଣ୍ଡବ। ରାଜ୍ୟରେ ସଂକ୍ରମଣ ତଳମୁହାଁ ଥିବା ବେଳେ ଉପରମୁହାଁ ରହିଛି ସଂକ୍ରମଣଜନିତ ମୃତ୍ୟୁର ଗ୍ରାଫ। ଗତକାଲି ପ୍ରକାଶିତ ରିପୋର୍ଟରେ ରାଜ୍ୟରେ ୫୧ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ବୁଧବାର ଏହି ସଂଖ୍ୟା ୫୯ରେ ପହଞ୍ଚିଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୩୫୮ରେ ପହଞ୍ଚିଛି।
ଅନୁଗୁଳରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ଼ରେ ୫, କଟକରେ ୨, ଢେଙ୍କାନାଳରେ ୫, ଗଞ୍ଜାମରେ ୪, ଜଗତସିଂହପୁରରେ ୧ , ଯାଜପୁରରେ ୨, କଳାହାଣ୍ଡିରେ ୩, କେନ୍ଦ୍ରାପଡ଼ାରେ ୩, ଖୋର୍ଦ୍ଧାରେ ୧୦, କୋରାପୁଟରେ ୧, ମୟୂରଭଞ୍ଜରେ ୨, ନବରଙ୍ଗପୁରରେ ୩, ନୟାଗଡ଼ରେ ୪, ପୁରୀରେ ୫, ରାୟଗଡ଼ାରେ ୪ ଓ ସୁନ୍ଦରଗଡ଼ରେ ୪ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି।
୧୦ ମୃତକଙ୍କୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୧୦ରେ ପହଞ୍ଚିଲା। ଅନୁଗୋଳରେ ଏହି ସଂଖ୍ୟା ୧୮୩ରେ ପହଞ୍ଚିଥିବା ବେଳେ ବରଗଡ଼ରେ ୧୬୭, କଟକରେ ୩୦୨, ଢେଙ୍କାନାଳରେ ୮୫, ଗଞ୍ଜାମରେ ୩୫୯ ଛୁଇଁଛି କରୋନା ମୃତ୍ୟୁ ସଂଖ୍ୟା।
ଏହାବାଦ ଜଗତସିଂହପୁରରେ ସମୁଦାୟ ୮୦ ଜଣ କରୋନାରେ ପ୍ରାଣ ହରାଇ ସାରିଥିବା ବେଳେ , ଯାଜପୁରରେ ୪୯, କଳାହାଣ୍ଡିରେ ୧୮୨, କେନ୍ଦ୍ରାପଡ଼ାରେ ୯୩, କୋରାପୁଟରେ ୬୩, ମୟୂରଭଞ୍ଜରେ ୧୪୦, ନଗରଙ୍ଗପୁରରେ ୪୯, ନୟାଗଡ଼ରେ ୧୧୫, ପୁରୀରେ ୨୫୫, ରାୟଗଡ଼ାରେ ୧୪୮ ଓ ସୁନ୍ଦରଗଡ଼ରେ ୩୭୯ରେ ପହଞ୍ଚିଛି ଏହି ସଂଖ୍ୟା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031