ରାଜ୍ୟରେ ଦୁର୍ବଳ ରହିଛି ମୌସୁମୀ
August 08
12:12
2021
ଭୁବନେଶ୍ୱର,୮ /୮: ରାଜ୍ୟରେ ବର୍ତ୍ତମାନ ମୌସୁମୀ ଦୁର୍ବଳ ରହିଛି । ଏହି ସ୍ଥିତି ଆହୁରି ଏକ ସପ୍ତାହ ପର୍ଯ୍ୟନ୍ତ ରହିବ ବୋଲି ଆଚଂଳିକ ପାଣିପାଗ ସୂତ୍ରରୁ ପ୍ରକାଶ ପାଇଛି । ମୌସୁମୀ ସକ୍ରିୟ ହେବା ସହିତ ରାଜ୍ୟରେ ସମସ୍ତ ଅଚଂଳରେ ଯଥେଷ୍ଟ ବର୍ଷା ହେବାରେ ସଂମ୍ଭାବନା ରହିଛି ।
ପାଣିପାଗ ବିଶେଷଜ୍ଞ କହିବା କଥା, ଜୁଲାଇ ୩୧ ତାରିଖରୁ ରାଜ୍ୟରେ ମୌସୁମୀ ବର୍ଷା କମି ଯାଇଛି।
ମୌସୁମୀ ଟ୍ରଫ୍-ଲାଇନ୍ ଉତ୍ତରାଭିମୁଖୀ ହୋଇ ହିମାଳୟ ପାଦଦେଶରେ ରହିଛି। ତେବେ ପୁନଃ ସକ୍ରିୟ ହେବା ପାଇଁ ମୌସୁମୀକୁ ଆହୁରି ସପ୍ତାହେରୁ ଅଧିକ ସମୟ ଲାଗିପାରେ ବୋଲି ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।