Indus Valley Times

ରାଜ୍ୟରେ ପୁଣି ୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ

 Breaking News

ରାଜ୍ୟରେ ପୁଣି ୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ

October 01
14:30 2020

ଭୁବନେଶ୍ବର,୧/୧୦ : ରାଜ୍ୟରେ କରୋନାରେ ଗୁରୁବାର ଦିନ ପୁଣି ୧୭ ଜଣଙ୍କର ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ଆଜି ଯେଉଁ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟଛି ସେମାନଙ୍କ ମଧ୍ୟରେ ଅଛନ୍ତି ଅନୁଗୁଳରୁ ଜଣେ, ଭୁବନେଶ୍ବରରୁ ୩ ଜଣ, ଭଦ୍ରକରୁ ଜଣେ, ବଲାଙ୍ଗୀରରୁ ଜଣେ, ଢେଙ୍କାନାଳରୁ ଜଣେ, କଟକରୁ ୨ ଜଣ, କଳାହାଣ୍ଡିରୁ ଜଣେ, ଜଗତ୍ସିଂହପୁରରୁ ଜଣେ, ଖୋର୍ଦ୍ଧାରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ, ନୟାଗଡ଼ରୁ ୨ ଜଣ, ରାୟଗଡ଼ରୁ ଜଣେ ଓ ପୁରୀରୁ ଜଣେ। ମୃତକମାନଙ୍କ ବୟସ ଯଥାକ୍ରମେ ୪୫, ୬୨, ୮୯, ୬୫, ୬୫, ୪୮, ୫୬, ୬୭, ୮୩, ୪୩, ୬୪, ୫୯, ୪୬, ୭୧, ୮୬, ୮୦ ଓ ୬୦। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।
ଏମାନଙ୍କ ମଧ୍ୟରୁ ୧୧ ଜଣଙ୍କର ପୂର୍ବରୁ ମଧୁମେହ ରୋଗ ସହ ଅନ୍ୟାନ୍ୟ ରୋଗ ମଧ୍ୟ ଥିଲା। ମୃତକମାନଙ୍କ ମଧ୍ୟରେ ଶ୍ବାସ, ହାଇପରଟେନ୍ସନ ଓ କିଡ୍ନୀ ରୋଗୀ ମଧ୍ୟ ଥିଲେ। ସମୁଦାୟ ୧୭ ଜଣ କରୋନା ମୃତକଙ୍କ ମଧ୍ୟରୁ ୧୨ ଜଣ ପୁରୁଷ ଥିବା ବେଳେ ୫ ଜଣ ମହିଳା ରହିଛନ୍ତି।କଚ

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031