ରାଜ୍ୟରେ ପୁଣି ୪୦ ଡିଗ୍ରୀ ଛୁଇଁଲା ପାରଦ: ୪ ଦିନରେ ୨ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାତି
March 22
10:48
2021
ଭୁବନେଶ୍ୱର , ୨୨/୩: ଦିନକୁ ଦିନ ବଢୁଛି ରାଜଧାନୀରେ ଖରାର ତାପମାତ୍ରା । କେବଳ ରାଜଧାନୀ ନୁହେଁ ବାରିପଦାରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀରେ ପହଞ୍ଚିଛି । ତେବେ ପାଣିପାଗ ପୂର୍ବାନୁମାନ ଅନୁସାରେ, ଆସନ୍ତା ୪-୫ ଦିନ ପର୍ୟ୍ୟନ୍ତ ରାଜ୍ୟରେ ଗରମ ଜାରି ରହିବ ।
ତେବେ ଏହା ମଧ୍ୟରେ ସୁଚନା ମିଳିଛି ଯେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଅଞ୍ଚଳରେ କାଳବୈଶାଖୀଜନିତ ବର୍ଷା ହୋଇପାରେ । ମାତ୍ର ଲଗାଣ କିମ୍ବା ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ନାହିଁ ।
ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ମଧ୍ୟ କମ୍ ରହିଛି । ଭୁବନେଶ୍ୱର ଓ ବାରିପଦା ପରେ ଅନୁଗୁଳ ତାପମାତ୍ରା ଅନୁଗୁଳ ୩୯.୭ ଡିଗ୍ରୀ, କଟକ ୩୯.୬, ମାଲକାନଗିରି ୩୯, ନୟାଗଡ଼ ୩୯, ତାଳଚେର ୩୮.୮, ଟିଟିଲାଗଡ଼ ୩୮.୫, ବଲାଙ୍ଗିର ୩୮.୫, ବଲାଙ୍ଗିର ୩୮.୪, ସୋନପୁର ୩୮.୨, ବାଲେଶ୍ୱର ୩୭.୭, ଝାରସୁଗୁଡ଼ା ୩୭.୨, ସମ୍ବଲପୁର ୩୭.୮, ହୀରାକୁଦ ୩୭.୧, ଭବାନୀପାଟଣା ୩୭.୬ ଡିଗ୍ରୀ ସେଲସିୟସ୍ ରହିଛି ।