Indus Valley Times

ରାଜ୍ୟରେ ପୁଣି ୬ଜଣଙ୍କର କରୋନା ଆକ୍ରାନ୍ତରେ ମୃତ୍ୟୁ,୧୦୦ ପାର ହେଲା ମୃତ୍ୟୁସଂଖ୍ୟା

 Breaking News

ରାଜ୍ୟରେ ପୁଣି ୬ଜଣଙ୍କର କରୋନା ଆକ୍ରାନ୍ତରେ ମୃତ୍ୟୁ,୧୦୦ ପାର ହେଲା ମୃତ୍ୟୁସଂଖ୍ୟା

July 21
11:41 2020

ଭୁବନେଶ୍ୱର,୨୧/୭: ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୩ରେ ପହଞ୍ଚିଛି। ଉପରୋକ୍ତ ୬ମୃତକଙ୍କ ମଧ୍ୟରୁ ୫ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ରାୟଗଡ଼ା, ଗଜପତି ଓ ଜଗତସିଂହପୁରରୁ ଜଣେ ଲେଖାଏଁ ମୃତ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏମାନଙ୍କ ଭିତରେ କଟକର ଜଣେ ୨୬ ବର୍ଷୀୟା ମହିଳା ଅଛନ୍ତି, ଯିଏକି ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଜଗତସିଂହପୁରର ଜଣେ ୫୮ ବର୍ଷିୟ ପୁରୁଷ ମୃତ୍ୟୁବରଣ କରିଛନ୍ତି ଯିଏକି କ୍ୟାନସରରେ ପୀଡ଼ିତ ଥିଲେ। ଠିକ୍ ସେହିପରି ଖୋର୍ଦ୍ଧାରେ ଜଣେ ୭୫ ବର୍ଷିୟ ଓ ରାୟଗଡ଼ାରେ ୭୪ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷରେ କେନ୍ଦ୍ରାପଡ଼ାର ଜଣେ ୬୩ ବର୍ଷିୟ ବୃଦ୍ଧ ଓ ଗଜପତିରେ ୬୮ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031