Indus Valley Times

ରାଜ୍ୟରେ ବଜ୍ରପାତ ଓ ବର୍ଷା ଆଶଙ୍କା, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

 Breaking News

ରାଜ୍ୟରେ ବଜ୍ରପାତ ଓ ବର୍ଷା ଆଶଙ୍କା, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ରାଜ୍ୟରେ ବଜ୍ରପାତ ଓ ବର୍ଷା ଆଶଙ୍କା, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
April 15
09:50 2022

ଭୁବନେଶ୍ୱର,୧୫/୪: ରାଜ୍ୟର ଅଧିକାଂଶ ସ୍ଥାନ ତତଲା କଡ଼େଇରେ ଆଉଟୁପାଉଟୁ ହେଉଛି । ଗୁରୁବାର ସୋନପୁରରେ ଅସମ୍ଭାଳ ତାତି ହୋଇଥିଲା । ଏହା ଦେଶର ସବୁଠୁ ତତଲା ସହର ପାଲଟିଛି । ଏଠାରେ ସର୍ବାଧିକ ୪୪.୨ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି।
ରାଜ୍ୟର ୧୭ଟି ସହର ବା ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ତାଲିକାରେ ସୋନପୁର ପଛକୁ ରହିଛି ବଲାଙ୍ଗୀର ।
ଏଠାରେ ତାପମାତ୍ରା ୪୨.୮ଡିଗ୍ରୀ ରହିଛି । ବାରିପଦାରେ ୪୨.୫, ଝାରସୁଗୁଡ଼ାରେ ୪୨.୨, ବୌଦ୍ଧରେ ୪୨, ତାଳଚେରରେ ୪୧.୮, ଅନୁଗୁଳରେ ୪୧.୭, ସୁନ୍ଦରଗଡ଼ରେ ୪୧.୫, ଟିଟିଲାଗଡ଼ରେ ୪୧.୫ ଓ ପାରଳାଖେମୁଣ୍ଡିରେ ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଛି ।
ସେହିଭଳି ସମ୍ବଲପୁରର ୪୦.୮, ନୟାଗଡ଼ରେ ୪୦.୫, ଭବାନୀପାଟଣାରେ ୪୦.୫, ବାଲେଶ୍ୱର, ମାଲକାନଗିରି ଓ ଛତ୍ରପୁରରେ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୧୮ ତାରିଖ ଯାଏ କାଳବୈଶାଖୀର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ତଥାପି ଏଭଳି ରୌଦ୍ର ତାପ ଜାରି ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି ଅନୁଭୂତ ହୋଇପାରେ । କିଛି ସ୍ଥାନରେ ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବଢ଼ିଯିବ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ।
ମଧ୍ୟାହ୍ନ ସମୟରେ ତାପମାତ୍ରା ଅଧିକ ରହିବ । ଏଥିପାଇଁ ମଧ୍ୟାହ୍ନ ୧୨ଟାରୁ ୩ଟା ଯାଏ ଜରୁରି ନଥିଲେ ଘରୁ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଘରୁ ବାହାରକୁ ଗଲେ ପ୍ରତିଷେଧକ ବ୍ୟବସ୍ଥା ଆପଣାଇବାକୁ କୁହାଯାଇଛି ।
ସୋଆ ପାଣିପାଗ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ.ଶରତ ସାହୁ ମଧ୍ୟ ଆଗକୁ ଭୀଷଣ ତାତି ହେବ ବୋଲି ପୂର୍ବାନୁମାନ କରିଛନ୍ତି ।
ସେ କହିଛନ୍ତି, ଆଭ୍ୟନ୍ତରୀଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ୧୬ରୁ ୧୯ ତାରିଖ ଭିତରେ ଏହି ଭାଗର କିଛି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ଛୁଇଁଯିବ ।
ଏହି ସମୟରେ ଉପକୂଳ ଓଡ଼ିଶାରେ ବି ତାପମାତ୍ରା ବଢିବ । ୧୭ ଓ ୧୮ ତାରିଖରେ ଭୁବନେଶ୍ୱର, କଟକ, ବାଲେଶ୍ୱର ଓ ଚାନ୍ଦବାଲିର ତାପମାତ୍ରା ୪୦ରୁ ୪୧ ଡିଗ୍ରୀ ରହିବ ।
ବଙ୍ଗୋପସାଗରୀୟ ପବନ ବହିବା ଯୋଗୁ ୨୦ ତାରିଖରୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା କମିବ । ତେବେ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ୧୪ରୁ ୧୬ ତାରିଖ ଭିତରେ କାଳବୈଶାଖୀ ହୋଇପାରେ ବୋଲି ସେ କହିଛନ୍ତି ।
ଗୁରୁବାର ରାଜ୍ୟର କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି । ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇଛି ।
ଏଠାରେ ପ୍ରାୟ ୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଦାରିଙ୍ଗିବାଡ଼ି ଓ ଭୁବନେଶ୍ୱରରେ ମଧ୍ୟ ଅତି ସ୍ୱଳ୍ପ ବର୍ଷା ହୋଇଛି ।
ଆସନ୍ତା ୧୭ ତାରିଖ ଯାଏ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରୁ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031