ରାଜ୍ୟରେ ‘ମୋ କଲେଜ’ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
March 21
19:01
2021
ଭୁବନେଶ୍ୱର,୨୧/୩: ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ । ‘ମୋ ସ୍କୁଲ’ ପରେ ଏବେ ‘ମୋ କଲେଜ’ ପୋର୍ଟାଲ ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପୋର୍ଟାଲ ର ଶୁଭାରମ୍ଭ କରି ମୋ କଲେଜ ଅଭିଯାନର ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଅଭିଯାନ ଦ୍ୱାରା ଏକ ସୁସ୍ଥ ଶୈକ୍ଷିକ ବାତାବରଣ ସୃଷ୍ଟି ହେବାର ଆଶା କରାଯାଉଥିବା ସହିତ ଏହି ଅଭିଯାନରେ ପୁରାତନ ଛାତ୍ରଛାତ୍ରୀ ମଧ୍ୟ ଯୋଗ ଦେବାର ବ୍ୟବସ୍ଥା ରହିଛି । ମୋ ସ୍କୁଲ ଭଳି ମୋ କଲେଜ ଅଭିଯାନ ସଫାଳତା ପାଇବ ବୋଲି ରାଜ୍ୟ ସରକାର ଆଶାବାଦୀ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ।
ତେବେ ରାଜ୍ୟରେ ମୋ ସ୍କୁଲ ହେଉ କି ମୋ କଲେଜ ଏସବୁ ରାଜ୍ୟ ସରକାରଙ୍କ ନିହାତି ଭାବରେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷପ କିନ୍ତୁ ଏହି ଅଭିଯାନ ସବୁ କେତେ ସଫଳ ହେଉଛି ଏବଂ ଏକ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରି ପାରିୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।
-ଖବର ଓଡ଼ିଶା