Indus Valley Times

ରାଜ୍ୟରେ ସକ୍ରିୟ ଏଡସ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର, ଗଞ୍ଜାମରେ ସର୍ବାଧିକ: ସ୍ୱାସ୍ଥ୍ୟ ମନ୍ତ୍ରୀ

 Breaking News

ରାଜ୍ୟରେ ସକ୍ରିୟ ଏଡସ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର, ଗଞ୍ଜାମରେ ସର୍ବାଧିକ: ସ୍ୱାସ୍ଥ୍ୟ ମନ୍ତ୍ରୀ

December 01
14:35 2024

ଭୁବନେଶ୍ୱର,୧/୧୨: ଆଜି ଅର୍ଥାତ୍ ଡିସେମ୍ବର ୧ରେ ବିଶ୍ବ ଏଡ୍‌ସ ଦିବସ। ଏହି ଅବସରରେ ରାଜ୍ୟରେ ଏଡ୍‌ସ ରୋଗୀଙ୍କୁ ନେଇ ଚିନ୍ତା ଘାରିଛି। ରାଜ୍ୟରେ ବର୍ତ୍ତମାନ ସକ୍ରିୟ ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଥିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏଥିମଧ୍ୟରୁ ଗଞ୍ଜାମ ଜିଲାରେ ସର୍ବାଧିକ ୨୦ ହଜାର ଏଡ୍‌ସ ରୋଗୀ ଥିବାବେଳେ ସୁବର୍ଣ୍ଣପୁରରେ ସର୍ବନିମ୍ନ ୧୫୦ ଏଡ୍‌ସ ରୋଗୀ ଅଛନ୍ତି।
ଆଉ ଏଡ୍‌ସ ରୋଗୀ ମଧ୍ୟ ରାଜ୍ୟରେ ବିଶେଷ ଚିହ୍ନଟ ହେଉନାହାନ୍ତି। ୨୦୩୦ ସୁଦ୍ଧା କେହି ଏଡ୍‌ସ ଆକ୍ରାନ୍ତ ଯେପରି ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଏଥିସହିତ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଚଳିତ ଆର୍ଥିକ ବର୍ଷରୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଗୋପବନ୍ଧୁ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଯୋଜନାର ମିଳିତ ଏମ୍‌ଓୟୁ ହେବ। ସାଢ଼େ ୩ କୋଟି ଲୋକଙ୍କୁ ସ୍ବତନ୍ତ୍ର କାର୍ଡ ଦିଆଯିବ। କଶ୍ମୀରରୁ କନ୍ୟାକୁମାରୀ ଯାଏ ୨୭ ହଜାର ହସ୍ପିଟାଲରେ ସ୍ବାସ୍ଥ୍ୟ ସୁବିଧା ରହିବ ବୋଲି ମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930