Indus Valley Times

ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମିତ ସଂଖ୍ୟା, ଆଉ ୧୬୩୩ ଜଣ ନୂଆ ସଂକ୍ରମିତ ଚିହ୍ନଟ,

 Breaking News

ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମିତ ସଂଖ୍ୟା, ଆଉ ୧୬୩୩ ଜଣ ନୂଆ ସଂକ୍ରମିତ ଚିହ୍ନଟ,

ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମିତ ସଂଖ୍ୟା, ଆଉ ୧୬୩୩ ଜଣ ନୂଆ ସଂକ୍ରମିତ ଚିହ୍ନଟ,
October 25
15:18 2020

ଭୁବନେଶ୍ୱର, ୨୫/୧୦: ରାଜ୍ୟରେ ସରକାରଙ୍କ ତଥ୍ୟ ଅନୁଯାଇ ହ୍ରାସପାଉଛି କେରୋନା ସଂକ୍ରମିତଙ୍କ ସଂଖ୍ୟା । ରବିବାର ଦିନ ଆଉ ୧୬୩୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୫୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ଅବଶିଷ୍ଟ ୬୭୮ଟି ହେଉଛି ଲୋକାଲ୍ କେସ୍। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୧ହଜାର ୨୧୫କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୧୩୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୨୩, ଗଞ୍ଜାମ ଜିଲ୍ଲାରୁ ୩୩, ବଲାଙ୍ଗୀର ଜିଲ୍ଲାରୁ ୮୦, ବାଲେଶ୍ବର ଜିଲ୍ଲାରୁ ୨୬, କୋରାପୁଟ ଜିଲ୍ଲାରୁ ୩୫, ଭଦ୍ରକରୁ ୨୧, ରାୟଗଡ଼ା ଜିଲ୍ଲାରୁ ୧୧, ପୁରୀ ଜିଲ୍ଲାରୁ ୫୮, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୬, ଜଗତସିଂହପୁର ଜିଲ୍ଲାରୁ ୭୯, ସମ୍ବଲପୁର ଜିଲ୍ଲାରୁ ୩୨, କଳାହାଣ୍ଡି ଜିଲ୍ଲାରୁ ୩୬, ଯାଜପୁର ଜିଲ୍ଲାରୁ ୪୩, କନ୍ଧମାଳ ଜିଲ୍ଲାରୁ ୨୪, କେନ୍ଦ୍ରାପଡ଼ା ଜିଲ୍ଲାରୁ୧୦୫, ମାଲକାନଗିରି ଜିଲ୍ଲାରୁ ୫୩, ଗଜପତି ଜିଲ୍ଲାରୁ ୧୩, ମୟୂରଭଞ୍ଜ ଜିଲ୍ଲାରୁ ୪୨ , ଝାରସୁଗୁଡ଼ା ଜିଲ୍ଲାରୁ ୫୪, ଢେଙ୍କାନାଳ ଜିଲ୍ଲାରୁ ୩୯, ନବରଙ୍ଗପୁର ଜିଲ୍ଲାରୁ ୪୧, କେନ୍ଦୁଝର ଜିଲ୍ଲାରୁ ୫୧, ସୁବର୍ଣ୍ଣପୁର ଜିଲ୍ଲାରୁ ୨୨, ଅନୁଗୁଳ ଜିଲ୍ଲାରୁ ୧୦୦, ବରଗଡ଼ ଜିଲ୍ଲାରୁ ୩୩, ନୂଆପଡ଼ା ଜିଲ୍ଲାରୁ ୮୯, ଦେବଗଡ଼ରୁ ୮ ଓ ବୌଦ୍ଧ ଜିଲ୍ଲାରୁ ୩୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଷ୍ଟେଟ୍ ପୁଲରୁ ୩୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।
ଏବେ ରାଜ୍ୟରେ ମୋଟ୍ ୨,୬୨,୦୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭,୮୮୬ ରହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031