Indus Valley Times

ରାଜ୍ୟରେ ୨୪ ଘଣ୍ଟାରେ ୬ ହଜାର ଉପରେ ରହିଛି କରୋନା ସଂକ୍ରମିତ ସଂଖ୍ୟା

 Breaking News

ରାଜ୍ୟରେ ୨୪ ଘଣ୍ଟାରେ ୬ ହଜାର ଉପରେ ରହିଛି କରୋନା ସଂକ୍ରମିତ ସଂଖ୍ୟା

April 23
10:56 2021

ଭୁବନେଶ୍ୱର, ୨୩/୪ : ଓଡ଼ିଶାରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୬ ହଜାର ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା। ଶ୍ରୁକବାର ୬୨୧୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗତକାଲି ପରି ଶ୍ରୁକବାର ବି ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରୁ ଆଜି ୯୫୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ୬୨୧୫ ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୬୦୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୨୬୧୧।
ଅନୁଗୁଳରୁ ୧୭୩, ବାଲେଶ୍ୱରରୁ ୭୯, ବରଗଡ଼ରୁ ୨୬୮, ଭଦ୍ରକରୁ ୮୬, ବଲାଙ୍ଗିରରୁ ,ବୌଦ୍ଧରୁ ୨୦, କଟକରୁ ୩୮୩, ଦେବଗଡ଼ରୁ ୩୩, ଢେଙ୍କାନାଳରୁ ୧୬, ଗଜପତିରୁ ୪୭, ଗଞ୍ଜାମରୁ ୬୭, ଜଗତସିଂହପୁରରୁ ୬୨, ଯାଜପୁରରୁ ୮୫, ଝାରସୁଗୁଡ଼ାରୁ ୨୬୧, କଳାହାଣ୍ଡିରୁ ୬୮୨ ପଜିଟିଭ ଚିହ୍ନଟ ହୋଇଛନ୍ତି।
କନ୍ଧମାଳରୁ ୩୪, କେନ୍ଦ୍ରାପଡ଼ାରୁ ୪୧, କେନ୍ଦୁଝରରୁ ୧୫୭, କୋରାପୁଟରୁ ୫୮, ମାଲକାନଗିରିରୁ ୨୧, ମୟୂରଭଞ୍ଜରୁ ୧୧୫, ନବରଙ୍ଗପୁରରୁ ୨୫୭, ନୟାଗଡ଼ରୁ ୮୨, ନୂଆପଡ଼ାରୁ ୪୪୬ ଆକ୍ରାନ୍ତ ବାହାରିଛନ୍ତି
ଏହାବ୍ୟତୀତ ପୁରୀରୁ ୩୦୬, ରାୟଗଡ଼ାରୁ ୭୦, ସମ୍ବଲପୁରରୁ ୨୬୩, ସୋନପୁରରୁ ୬୫, ସୁନ୍ଦରଗଡ଼ରୁ ୬୮୪, ଷ୍ଟେଟପୁଲରୁ ୧୯୩ ପଜିଟିଭ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୪,୬୯୪ରେ ପହଞ୍ଚି ଯାଇଛି। ଆକ୍ଟିଭ କେସ୍ ୩୯,୧୧୭ ଥିବା ବେଳେ ୩,୫୩,୫୫୧ ଜଣ ସୁସ୍ଥ ହୋଇ ସାରିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031