Indus Valley Times

ରାଜ୍ୟରେ ୨୪ ଯାଏଁ ଘଡଘଡି ସହ ବର୍ଷା ସମ୍ଭାବନା, ୨୫ ପରେ ବଦଳିବ ପାଗ

 Breaking News

ରାଜ୍ୟରେ ୨୪ ଯାଏଁ ଘଡଘଡି ସହ ବର୍ଷା ସମ୍ଭାବନା, ୨୫ ପରେ ବଦଳିବ ପାଗ

ରାଜ୍ୟରେ ୨୪ ଯାଏଁ ଘଡଘଡି ସହ ବର୍ଷା ସମ୍ଭାବନା, ୨୫ ପରେ ବଦଳିବ ପାଗ
February 21
11:28 2025

ଭୁବନେଶ୍ୱର,୨୧/୨ : କାଲିଠୁ ପୁଣି ବଢ଼ିବ ବର୍ଷାର ପରିମାଣ। ତେବେ ଆସନ୍ତା ୨୫ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଓ ତେଲଙ୍ଗାନା ପର୍ଯ୍ୟନ୍ତ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ମାଡର ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ଆଗାମୀ ୪ରୁ ୫ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।
ତେବେ ଆଜି ବାଲେଶ୍ବର ଓ ମୟୂରଭଞ୍ଜର କିଛି କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ବିଜୁଳି ଓ ଘଡ଼ଘଡ଼ି ପାଇଁ ବାଲେଶ୍ୱର ଓ ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।
ସେହିପରି ଆସନ୍ତାକାଲି ବିଜୁଳି ଘଡ଼ଘଡ଼ି ସହ ୧୧ ଜିଲ୍ଲାରେ ହାଲୁକାକୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ବିଜୁଳି ଓ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦କିମି ବେଗରେ ପବନ ପାଇଁ ୩ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031