Indus Valley Times

ରାଜ୍ୟରେ ୩୨ ଲକ୍ଷ ମନେରଗା ଶ୍ରମିକଙ୍କ ପାଇଁ ୫୩୨ କୋଟି ଟଙ୍କା ସହାୟତା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 Breaking News

ରାଜ୍ୟରେ ୩୨ ଲକ୍ଷ ମନେରଗା ଶ୍ରମିକଙ୍କ ପାଇଁ ୫୩୨ କୋଟି ଟଙ୍କା ସହାୟତା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ୩୨ ଲକ୍ଷ ମନେରଗା ଶ୍ରମିକଙ୍କ ପାଇଁ ୫୩୨ କୋଟି ଟଙ୍କା ସହାୟତା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
July 10
08:23 2021

ଭୁବନେଶ୍ୱର,, ୧୦/୭ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି(ଶୁକ୍ରବାର) ରାଜ୍ୟର ୩୨ ଲକ୍ଷ ମନେରଗା କର୍ମଚାରୀଙ୍କ ପାଇଁ ୫୩୨ କୋଟି ଟଙ୍କା ସହାୟତା ପ୍ରଦାନ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ଆର୍ଥିକ ସହାୟତା ମନେରଗା କର୍ମଚାରୀଙ୍କ ପାଇଁ, ଯେଉଁମାନେ ଏପ୍ରିଲ, ମେ ଏବଂ ଜୁନ୍ ମାସରେ କାମ କରିଥିଲେ । ପ୍ରତ୍ୟେକ ଶ୍ରମିକ ମାସରେ କରାଯାଇଥିବା ପ୍ରତ୍ୟେକ ଶ୍ରମ ଦିବସ ପାଇଁ ଅତିରିକ୍ତ ୫୦ ଟଙ୍କା ପାଇବେ ।
କରୋନା ମହାମାରି ସମୟରେ ରାଜ୍ୟ ସରକାର ପ୍ରଥମେ ଭୂମିହୀନ ଚାଷୀଙ୍କ ପାଇଁ ୧,୬୯୦ କୋଟି ଟଙ୍କା ସହାୟତା ପ୍ୟାକେଜ୍ ଘୋଷଣା ପରେ ବର୍ତ୍ତମାନ ମନେରଗା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ସରକାରୀ ତଥ୍ୟ ଅନୁଯାୟୀ, ୨୦୨୧-୨୨ ଆର୍ଥିକ ବର୍ଷରେ ସମାନ ସମୟରେ ୭.୫୯ କୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ ୨୦୨୦-୨୧ ଚଳିତ ଜୁଲାଇ ୧ ପର୍ଯ୍ୟନ୍ତ ୫.୦୩ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି ।
କରୋନା ମହାମରୀ ସମୟରେ ଶ୍ରମିକ ସ୍ଥାନାନ୍ତରଣ ସମସ୍ୟାର ମୁକାବିଲା ପାଇଁ ୨୦୧୯-୨୦୨୦ ମସିହାରୁ ରାଜ୍ୟ ସରକାର ବିଶେଷ କାର୍ଯ୍ୟକ୍ରମ ଉପରେ ଧ୍ୟାନ ଦେଉଛନ୍ତି। ପୁର୍ବରୁ ଘୋଷଣା ଅନୁଯାୟୀ, ସମସ୍ତ ଭୂମିହୀନ ଚାଷୀଙ୍କୁ ୨୦୭ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଯାହା ତିନୋଟି କିସ୍ତିରେ ବଣ୍ଟନ କରାଯିବ। ଏହା ରାଜ୍ୟ ସରକାରଙ୍କର ପ୍ରୟୋଜିତ କାଲିଆ ଯୋଜନା ଅନ୍ତର୍ଗତ ଭୂମିହୀନ ଚାଷୀଙ୍କୁ ମହାମାରୀକୁ ଦୃଷ୍ଟିରେ ରଖି ଅତିରିକ୍ତ ୧୦୦୦ ଟଙ୍କା ପ୍ରଦାନ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031