Indus Valley Times

ରାଜ୍ୟରେ ୪୮୭ ଜଣ କରୋନା ପଜିଟିଭ୍ ଚିହ୍ନଟ , ୧୮ ବର୍ଷ ବୟସ ମଧ୍ୟରେ ୮୨ ଜଣ ସଂକ୍ରମିତ

 Breaking News

ରାଜ୍ୟରେ ୪୮୭ ଜଣ କରୋନା ପଜିଟିଭ୍ ଚିହ୍ନଟ , ୧୮ ବର୍ଷ ବୟସ ମଧ୍ୟରେ ୮୨ ଜଣ ସଂକ୍ରମିତ

ରାଜ୍ୟରେ ୪୮୭ ଜଣ କରୋନା ପଜିଟିଭ୍ ଚିହ୍ନଟ , ୧୮ ବର୍ଷ ବୟସ ମଧ୍ୟରେ ୮୨ ଜଣ ସଂକ୍ରମିତ
August 09
10:23 2022

ଭୁବନେଶ୍ୱର, ୯/୮ : ମଙ୍ଗଳବାର ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୮୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮୫ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୨୦୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୮୨ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୯୫୨୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୧୩୭ ଜଣ, ଖୋର୍ଦ୍ଧାରୁ ୭୮ ଜଣ, ସମ୍ବଲପୁରରୁ ୩୯ ଜଣ,କଟକରୁ ୩୧ ଜଣ, କଳାହାଣ୍ଡିରୁ ୨୧ ଜଣ, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାରୁ ୧୫ ଜଣ ଲେଖାଁଏ, ନୟାଗଡ଼ରୁ ୧୪ ଜଣ, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରୁ ୧୧ ଜଣ ଲେଖାଁଏଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଯାଜପୁର ଓ ରାୟଗଡ଼ା ଜିଲ୍ଳାରୁ ୯ ଜଣ ଲେଖାଁଏ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରୁ ୭ ଜଣ ଲେଖାଁଏ, ଗଜପତିରୁ ୬ ଜଣ, କୋରାପୁଟରୁ ୫ ଜଣ,ବାଲେଶ୍ବର, ଦେବଗଡ଼, ଜଗତସିଂହପୁର ଓ ଝାରସୁଗୁଡ଼ା ଜିଲ୍ଲାରୁ ୩ ଜଣ ଲେଖାଁଏ, ଭଦ୍ରକ, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଲେଖାଁଏ, ଅନୁଗୁଳ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍ରୁ ୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୨୦୦୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୫୫୪୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୩୦୫୨୬୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୨୮୧୯୬୧୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031