Indus Valley Times

ରାଜ୍ୟର ୩୧ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ପାଇଁ ଅଯୋଗ୍ୟ: ଦି ଇଣ୍ଡିଆ ସ୍କିଲ୍ସ ରିପୋର୍ଟ

 Breaking News

ରାଜ୍ୟର ୩୧ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ପାଇଁ ଅଯୋଗ୍ୟ: ଦି ଇଣ୍ଡିଆ ସ୍କିଲ୍ସ ରିପୋର୍ଟ

March 03
12:47 2021

ଭୁବନେଶ୍ୱର,୩/୩: ରାଜ୍ୟର ୩୧ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ଯୋଗ୍ୟ ନୁହଁନ୍ତି। ଦି ଇଣ୍ଡିଆ ସ୍କିଲ୍ସ ରିପୋର୍ଟ-୨୦୨୧ ଅନୁସାରେ ଓଡ଼ିଶାର ୩୧ ପ୍ରତିଶତ ଛାତ୍ରଛାତ୍ରୀ ଯେଉଁ ଦକ୍ଷତା ଆହରଣ କରିଛନ୍ତି, ତାହା ଭଲ ଚାକିରୀ ପାଇଁ ପର‌୍ୟ୍ୟାପ୍ତ ନୁହଁ। ଇଂରାଜି, ନ୍ୟୁମେରିକାଲ ଆବିଲିଟି ଏବଂ କମ୍ପ୍ୟୁଟର ଦକ୍ଷତା କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଛି। ଏହି ସବୁ କ୍ଷେତ୍ରରେ ଆସାମ ଓ ମଧ୍ୟପ୍ରଦେଶ ଠାରୁ ପଛରେ ଅଛନ୍ତି ଓଡ଼ିଶାର ଛାତ୍ରଛାତ୍ରୀ। ଭୁବନେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ ପାଇଁ ଚଳିତବର୍ଷ ବଜେଟରେ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ସତ୍ତ୍ୱେ ରାଜ୍ୟର ଛାତ୍ରଛାତ୍ରୀଙ୍କ ଦକ୍ଷତା ସଂପର୍କିତ ଇଣ୍ଡିଆ ସ୍କିଲ୍ସ ରିପୋର୍ଟ ଚିନ୍ତା ବଢ଼ାଇଛି।
ନିଯୁକ୍ତି ଦକ୍ଷତା ଥିବା ପ୍ରମୁଖ ୧୦ଟି ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, ତାମିଲନାଡ଼ୁ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, ତେଲେଙ୍ଗାନା, ଗୁଜରାଟ, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ଯଥାକ୍ରମେ ପ୍ରଥମରୁ ଦଶମ ସ୍ଥାନ ହାସଲ କରିଛନ୍ତି। ହେଲେ ଓଡ଼ିଶା ଏହି ୧୦ଟି ରାଜ୍ୟ ମଧ୍ୟରେ ନାହିଁ। ଭୁବନେଶ୍ୱର ଦେଶର ଏକ ସ୍ମାର୍ଟସିଟି ହୋଇଥିଲେ ମଧ୍ୟ ଏହା ରୋଜଗାର କ୍ଷମତା ସହରର ମାନଚିତ୍ରରେ ସ୍ଥାନ ପାଇନାହିଁ।
ଓଡ଼ିଶାରେ ଦକ୍ଷତା ଅଭାବର ପ୍ରମୁଖ କାରଣ ଭାବେ ରିପୋର୍ଟରେ ସରକାର ଓ ଶିକ୍ଷାନୁଷ୍ଠାନଗୁଡ଼ିକର ଉଦ୍ୟମ ନଥିବା ଦର୍ଶାଯାଇଛି। ସେହିଭଳି ଦକ୍ଷତା ଅନୁସାରେ ନିଯୁକ୍ତି ସୁଯୋଗର ଅଭାବ ମଧ୍ୟ ଏହାର ଅନ୍ୟତମ କାରଣ । ଆନୁମାନିକ ଭାବେ ଦେଶର ୬୫ ହଜାର ଛାତ୍ରଛାତ୍ରୀ ଏବଂ ୧୫ ପ୍ରକାର ଶିଳ୍ପର ୧୫୦ଟି କମ୍ପାନିକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସେହିପରି ଚଳିତବର୍ଷ ଦେଶରେ ବିଟେକ୍ କ୍ଷେତ୍ରରେ ସର୍ବାଧିକ ୪୬.୮୨ ପ୍ରତିଶତ ନିଯୁକ୍ତି ପାଇଁ ପ୍ରତିଭା ଥିବାବେଳେ ଏହାପଛକୁ ଏମବିଏ ୪୬.୫୯ ପ୍ରତିଶତ ରହିଛି।

-Odishatv

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031